ଲୁଟ୍ ଘଟଣାରେ ୩ ଗିରଫ

ବଲାଙ୍ଗିର : ବଲାଙ୍ଗିର – ଟିଟିଲାଗଡ ରାସ୍ତା ବିଜାଖମନଠାରେ ଗତ ୧୮ ତାରିଖରେ ଏକ ଲୁଟ ମାମଲା ହୋଇଥିଲା। ଏହି ଲୁଟ ଘଟଣାରେ ସଂପୃକ୍ତ ଥିବା ତିନି ଜଣ ଯୁବକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ଜଗତସିଂହପୁର ଜିଲା ତିର୍ତ୍ତୋଲର ବିଶ୍ୱଜିତ ସ୍ୱାଇଁ ଏକ କାର ନଂ(ଓଡି ୦୨ ଏଏକ୍ସ ୫୭୪୯)ରେ ଟିଟିଲାଗଡ ପଟୁ ବଲାଙ୍ଗିରକୁ ଆସୁଥିଲେ। ଏହି ରାସ୍ତାର ବିଜାଖମନଠାରେ ସକାଳ ସାଢେ ୫ଟାରେ କିଛି ଯୁବକ ବାଇକରେ ଆସି ତାଙ୍କୁ ଅଟକାଇ ଖଣ୍ଡାରେ ଆକ୍ରମଣ କରିଥିଲେ। ଆକ୍ରମଣ କରି ତାଙ୍କ ଠାରୁ ପର୍ସ ଛଡାଇନେଇଥିଲେ। ଯେଉଁଥିରେ ତାଙ୍କର ପରିଚୟ ପତ୍ର ସହ ୧୨ହଜାର ନଗଦ ଟଙ୍କା ଓ ଏଟିଏମ୍ ରହିଥିବା ସେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ପୁଲିସ ତଦନ୍ତ କରି ୩ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକମାନେ ହେଲେ କାଲସାଏପାଲି ଗାଁର ଅବକାଶ କାଲସାଏ(୧୯), ଲାଲଟିକ୍ରାର ଜିତୁ ଥାଟି(୨୦) ଓ ପୁଇଁନ୍ତଲାର ସୈାରଭ ରଞ୍ଜନ ପଟେଲ(୨୩) ବୋଲି ପୁଲିସ ସୂଚନା ଦେଇଛି। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ଦୁଇଟି ମଟରସାଇକେଲ ଓ କିଛି ନଗଦ ଟଙ୍କା ଜବତ କରିଥିବା ଟାଉନ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ ସୂଚନା ଦେଇଛନ୍ତି।

Comments are closed.