ଲୁଟେରା ସକ୍ରିୟ, ଡିକିରୁ ଲୁଟିଲେ ୮୬ହଜାର ଟଙ୍କା

ପଦ୍ମପୁର: ପଦ୍ମପୁର ପୁଲିସ ବାରମ୍ବାର ସଚେତନ କରିବା ସତ୍ତ୍ବେ ଲୋକମାନେ ଖାମଖିଆଲି ଭାବରେ ଟଙ୍କାକୁ ରଖୁଛନ୍ତି । ବୁଧବାର ଲୁଟେରାମାନେ ପଦ୍ମପୁର ନେହେରୁ ଗଳି ରାସ୍ତାରୁ ଜନୈକ ବ୍ୟକ୍ତିଙ୍କ ବାଇକରୁ ୮୬ହଜାର ଟଙ୍କା ନେଇ ଫେରାର ମାରିଛନ୍ତି।

ଘଟଣା କ୍ରମରୁ ଜଣାଯାଏ ଯେ, ବୁଡେନ ଥାନା ଅଧିନସ୍ଥ ବାନ୍ଦୁପାଲି ଗ୍ରାମର ଜନକ ସାହୁ ସ୍ଥାନୀୟ ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରୁ ୮୬ ହଜାର ଟଙ୍କା ଉଠାଣ କରି ନେଇଥିଲେ । କୌଣସି କାମରେ ନିକଟସ୍ଥ କପଡା ଦୋକାନ ଆଡେ ଚାହୁଁ ଥିବା ବେଳେ ଲୁଟେରାମାନେ ଡିକିରୁ ଟଙ୍କା ଧରି ଫେରାର ହୋଇଛନ୍ତି। ପଦ୍ମପୁର ଥାନା କେଶ ନଂ ୩୦୦/୨୦ ଧାରା ୩୭୯ରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ବିଷୟ ତଦନ୍ତକାରୀ ସବ ଇନ୍ସପେକ୍ଟର ରବିନ୍ଦ୍ର ହେମ୍ମ୍ରମଙ୍କଠାରୁ ଜଣାଯାଏ ।

Comments are closed.