ଟଙ୍କା ଭ୍ୟାନିଟ୍ ଛଡାଇ ନେଲେ ଲୁଟେରା

ପାଟଣା : ପାଟଣା ଷ୍ଟେଟ ବ୍ୟାଙ୍କ ଶାଖାରୁ ୨୦ ହଜାର ଟଙ୍କା ଉଠାଇ ସାଇକେଲ ଯୋଗେ ଗୋଧିରାମ ପଡା ଗ୍ରାମକୁ ଫେରୁଥିବା ଆଦିବାସୀ ଦମ୍ପତ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଗୋଧିରାମପଡା ଗ୍ରାମର ସୁରେନ୍ଦ୍ର ମାଝୀ ତାଙ୍କ ପତ୍ନୀ ଜବା ମାଝୀଙ୍କୁ ପାଟଣାରୁ ସାଇକେଲରେ ନେଇ ଗ୍ରାମକୁ ଫେରୁଥିବା ସମୟରେ ଷ୍ଟେଟ ବ୍ୟାଙ୍କ ନିକଟରୁ ତାଙ୍କୁ ପିଛା କରୁଥିବା ୨ ଜଣ ଲୁଟେରା ବାଇକ ଯୋଗେ ଆସି ଡିଆନାଳି ନିକଟରେ ଜବା ମାଝୀଙ୍କ ହାତରେ ଧରିଥିବା ଟଙ୍କା ଭର୍ତ୍ତି ଭ୍ୟାନିଟ ବ୍ୟାଗକୁ ଛଡାଇ ନେଇ ଫେରାର ହୋଇ ଯାଇଛନ୍ତି । ଏନେଇ ପାଟଣା ଥାନାରେ ଅଭିଯୋଗ ହେବା ପରେ ଥାନା ଅଧିକାରୀ ସୋମନାଥ ଜେନା ଘଟଣାସ୍ଥଳ ପରିଦର୍ଶନ କରିବା ସହ ଲୁଟେରାଙ୍କ ପତା ଲଗାଉଥିବା ଜଣାପଡିଛି ।

 

Comments are closed.