ଥାନା ନିକଟରୁ ଡକାୟତି : ନଗଦ ଟଙ୍କାସହ ଲକ୍ଷାଧିକଟଙ୍କାର ଅଲଙ୍କାର ଲୁଟ୍

ବଳଙ୍ଗା : ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ଶମ୍ବୁଭାରତୀ ପାଟଣା ଗ୍ରାମର ବୁଧବାର ବିଳମ୍ବିତ ରାତିରେ ଡକାୟତମାନେ ସୂନାରୂପା କାରିଗର ଘରେ ପସି ମୁହଁରେ ଗାମୁଛା ଗୁଡାଇ ଓ ଭୁଜାଲି ଦେଖାଇ ଲୁଟ କରିଛନ୍ତି।

ସୂଚନା ଅନୁଯାୟୀ, ବଳଙ୍ଗା ଥାନା ଠାରୁ ମାତ୍ର ୩ଶହ ମିଟର ଦୂର ଶମ୍ବୁଭାରତୀ ପାଟଣା ଗ୍ରାମର ସୂନାରୂପା କାରିଗର ପୂର୍ଣଚନ୍ଦ୍ର ସେନାପତିଙ୍କ ଘରେ ୫ ଜଣ ଡକାୟତ ମୁହଁରେ ଗାମୁଛା ଗୁଡାଇ ବୁଧବାର ବିଳମ୍ବିତ ରାତିରେ ଘରର ପଛପଟ ଦୁଆର ଭାଙ୍ଗି ଘରେ ପସି ପୂର୍ଣଚନ୍ଦ୍ର ସେନାପତି ଓ ତାଙ୍କ ସ୍ତ୍ରୀଙ୍କୁ ଭୁଜାଲି ଦେଖାଇ ପ୍ରାୟ ୮ କେଜି ରୂପା, ୫ ଶହ ଗ୍ରାମ୍ ସୂନା ଓ ୪ ଲକ୍ଷ ନଗଦ ଟଙ୍କା, ଏକ ମୋବାଇଲ ଓ ଏକ ମୋଟର ସାଇକେଲରେ ଲୁଟି ନେଇଯାଇଥିବା ବଳଙ୍ଗା ଥାନାରେ ଅଭିଯୋଗ ହୋଇଛି। ବଳଙ୍ଗା ପୁଲିସ ଏକ ମାମଲା ରୁଜୁ କରିବା ସହିତ ଜିଲା ଫୋରେନସିକ୍ ଟିମ୍ ସହାୟତାରେ ତଦନ୍ତ ଚଳାଇଛନ୍ତି। ଗତ ୧୨ ତାରିଖରେ ଏହି ଥାନା ଅଧିନସ୍ଥ ଉଛୁପୁରୁ ଗ୍ରାମରେ ଏହିଭଳି ଏକାଧରଣର ଡକାୟତି କରି ୨ଶହ ଗ୍ରାମ ସୁନା ଓ ୫୫ ହଜାର ଟଙ୍କା ମୋବାଇଲ ପ୍ରଭୃତି ନେଇଯାଇଥିବା ଅଭିଯୋଗ ହୋଇଥିଲା। ପୁଲିସ ଏପର୍ଯ୍ୟନ୍ତସମ୍ପୃକ୍ତ ଚୋରିର କୈାଣସି ସୁରାକ ପାଇ ପାରିନାହିଁ।

Comments are closed.