ତେଜ୍‍ ବାହାଦୁରଙ୍କ ପ୍ରାର୍ଥୀପତ୍ର ନାକଚ : କାରଣ ଅନୁଧ୍ୟାନ ପାଇଁ ଇସିଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ : ବାରାଣାସୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ମନୋନୟନ ପତ୍ର ଦାଖଲ କରିଥିବା ବହିଷ୍କୃତ ବିଏସ୍‍ଏଫ୍‍ ଜବାନ ତେଜ୍‍ ବାହାଦୁର ଯାଦବଙ୍କ ପ୍ରାର୍ଥୀପତ୍ର ନାକଚ ସଂକ୍ରାନ୍ତରେ ଆଗତ ଅଭିଯୋଗର କାରଣ ତଥା ଏ ନେଇ ବିସ୍ତୃତ ଅନୁଧ୍ୟାନ  କରିବା ପାଇଁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ପରାମର୍ଶ ଦେଇଛନ୍ତି।

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ନିର୍ବାଚନ ଆୟୋଗଙ୍କ ଓକିଲଙ୍କୁ କହିଛନ୍ତି ଗୁରୁବାର ସୁଦ୍ଧା ନିଷ୍ପତ୍ତି ନିଆଯାଉ। ତେଜ୍‍ ବାହାଦୁର ଯାଦବଙ୍କ ପ୍ରାର୍ଥୀପତ୍ର ନାକଚ କରି ନିର୍ବାଚନ କମିଶନ ପାତର ଅନ୍ତର କରିଛନ୍ତି ଓ ତାଙ୍କ ପ୍ରତି ଅନ୍ୟାୟ କରିଛନ୍ତି ବୋଲି ଶ୍ରୀ ଯାଦବ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ସମାଜବାଦୀ ପାର୍ଟି ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯାଇଛି।

File Photo AajTak

ବାରାଣାସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ବହିଷ୍କୃତ ବିଏସ୍‍ଏଫ୍‍ ଜବାନ ତେଜ୍‍ ବାହାଦୁର ଯାଦବ ପ୍ରାର୍ଥୀପତ୍ର ପତ୍ର ଦାଖଲ କରିଥିଲେ। ତେବେ ଯାଞ୍ଚ ସମୟରେ ତାହା ନାକଚ ହୋଇଯାଇଥିଲା। ଯାହାକୁ ନେଇ ତେଜ୍‍ ବାହାଦୁରଙ୍କ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି।

 

Comments are closed.