୨୦୧୯ ନିର୍ବାଚନ : ୮ ହଜାର କୋଟି ଟଙ୍କା ଓ ୧୨୭୦ କୋଟିର ନିଶାଦ୍ରବ୍ୟ ଜବତ କରିଛି ଇସି

ନୂଆଦିଲ୍ଲୀ : ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ  ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି । ୭ଟି ପର୍ଯ୍ୟାୟରେ ମୋଟ ୭୦ ପ୍ରତିଶତ  ମତଦାନ ହୋଇଥିବା ଜଣାପଡିଛି।
ତେବେ ନିର୍ବାଚନ ଆଚରଣ ବିଧି ଲାଗୁହେବାଠାରୁ ଇତି ମଧ୍ୟରେ ନିର୍ବାଚନ କମିଶନ ୩ ହଜାର ୪୫୦ କୋଟି ଟଙ୍କାର ହିସାବ ବହିର୍ଭୁତ ନଗଦ ଅର୍ଥ, ବେଆଇନ୍‍ ମାଦକଦ୍ରବ୍ୟ, ନିଶାଦ୍ରବ୍ୟ, ସୁନାଗହଣା ଓ ଉପହାର ସାମଗ୍ରୀ ଜବତ କରିଛି।

ଗତ ମାର୍ଚ୍ଚ ୧୦ ତାରିଖରୁ ସମଗ୍ର ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିଲା। ୨୦୧୪ ଲୋକସଭା ନିର୍ବାଚନ ସମୟରେ ଯେତିକି ପରିମାଣର ସାମଗ୍ରୀ ନିର୍ବାଚନ କମିଶନ ଜବତ କରିଥିଲା, ଏଥରକ ତା’ଠାରୁ ତିନିଗୁଣା ଅଧିକ ସାମଗ୍ରୀ ଜବତ କରାଯାଇଛି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ନିର୍ବାଚନ କମିଶନ ମହାନିର୍ଦ୍ଦେଶକ ଦିଲ୍ଲୀପ ଶର୍ମା କହିଛନ୍ତି, ଜବତ
କରାଯାଇଥିବା ମୋଟ୍‍ ସାମଗ୍ରୀ ମଧ୍ୟରେ ୮ ହଜାର କୋଟି ଟଙ୍କା ଓ ୧୨୭୦ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ରହିଛି।  ନିର୍ବାଚନ ଆଚରଣ ବିଧି ଲାଗୁହେବାଠାରୁ ଇତି ମଧ୍ୟରେ ନିର୍ବାଚନ କମିଶନ
୩ ହଜାର ୪୫୦ କୋଟି ଟଙ୍କାର ହିସାବ ବହିର୍ଭୁତ ନଗଦ ଅର୍ଥ, ବେଆଇନ୍‍ ମାଦକଦ୍ରବ୍ୟ, ନିଶାଦ୍ରବ୍ୟ, ସୁନାଗହଣା ଓ ଉପହାର ସାମଗ୍ରୀ ଜବତ କରିଛି ।

Comments are closed.