ଲୋକସଭାରେ ପିଆଜ – କମିବା ପରିବର୍ତ୍ତେ ବଢୁଛି ତାତି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପିଆଜର ବର୍ଦ୍ଧିତ ମୂଲ୍ୟ ହ୍ରାସ କରିବା ଦିଗରେ ସରକାର ଅନେକଗୁଡ଼ିଏ ପଦକ୍ଷେପ ନେଉଛନ୍ତି ଏବଂ ଆଗାମୀ ଦିନରେ ପିଆଜ ସଂରକ୍ଷଣ ଦିଗରେ ଉନ୍ନତ ଜ୍ଞାନକୌଶଳ ବ୍ୟବହାର ନିମନ୍ତେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଲୋକସଭାରେ ଏ ସମ୍ପର୍କିତ ଆଲୋଚନାରେ ଭାଗନେଇ ଅର୍ଥମନ୍ତ୍ରୀ କହିଛନ୍ତି ପିଆଜ ରପ୍ତାନୀ ଉପରେ ପ୍ରତିବନ୍ଧକ ଜାରି କରାଯିବା ସହ ପିଆଜ ସଂରକ୍ଷଣ ସୀମା ହ୍ରାସ କରାଯାଇଛି।

ତେବେ ଟ୍ୱିଟରରେ ସେ କହିଛନ୍ତି, ସେ ଅଧିକ ପିଆଜ ଖାଇବାକୁ ପସନ୍ଦ କରନ୍ତି ନାହିଁ। ଆଜି ଲୋକସଭାରେ ପିଆଜ ଦର ହ୍ରାସ ନେଇ ଆଲୋଚନାରେ ସୀତାରମଣ କହିଛନ୍ତି ଯେ ତାଙ୍କ ପରିବାର ଅଧିକ ପିଆଜ କି ମସଲା ଖାଆନ୍ତି ନାହିଁ। ଏନସିପି ସାଂସଦ ସୁପ୍ରିୟା ସୁଲେ ପ୍ରଶ୍ନ କରିଥିଲେ ଯେ, ପିଆଜ ଉତ୍ପାଦନ କଣ ପାଇଁ କମୁଛି? ସେ କହିଥିଲେ ଯେ ଆମେ ଚାଉଳ ଓ କ୍ଷୀର ଭଳି ଅନେକ ଦ୍ରବ୍ୟ ରପ୍ତାନି କରୁଛେ କିନ୍ତୁ ପିଆଜ ଉତ୍ପାଦନ କରୁଥିବା କ୍ଷୁଦ୍ର ଚାଷୀଙ୍କୁ ସୁରକ୍ଷା ଦେବା ମଧ୍ୟ ଜରୁରୀ।

Comments are closed.