ସାଂସଦ ସିଆର ପାଟିଲ ଗୁଜରାଟ ଓ ଜାମିଆଙ୍ଗ ସେରିଙ୍ଗ ଲଦାଖ ବିଜେପି ସଭାପତି

ନୂଆଦିଲ୍ଲୀ : ଗୁଜରାଟ ଏବଂ ଲଦାଖ ପାଇଁ ବିଜେପି ନୂତନ ରାଜ୍ୟ ସଭାପତି ଘୋଷଣା କରିଛି। ଦଳ ଗୁଜରାଟର ନୂତନ ବିଜେପି ରାଜ୍ୟ ସଭାପତି ଭାବେ ନଭସାରୀରୁ ଲୋକସଭା ସାଂସଦ ସିଆର ପାଟିଲଙ୍କୁ ନିଯୁକ୍ତ କରିଛି। ଏଥି ସହ ବିଜେପି ସଭାପତି ଜେପି ନଡ୍ଡା ଜାମିଆଙ୍ଗ ସେରିଙ୍ଗ ନାମଗାଲଙ୍କୁ ଲଦାଖର ରାଜ୍ୟ ସଭାପତି ଭାବରେ ନିଯୁକ୍ତ କରିଛନ୍ତି।

୨୦୧୯ ଲୋକସଭା ନିର୍ବାଚନରେ ସିଆର ପାଟିଲ ଗୁଜରାଟର ନଭସାରୀ ଲୋକସଭା ଆସନରେ ୬,୮୯,୬୬୮ ଭୋଟ ବ୍ୟବଧାନରେ ଜିତିଥିଲେ। ଜିତୁଭାଇ ଭାଗାନୀଙ୍କ ସ୍ଥାନରେ ସିଆର ପାଟିଲଙ୍କୁ ନୂତନ ରାଜ୍ୟ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ସୁଚନାଯୋଗ୍ୟ, ଦଳ ନିକଟରେ ଦିଲ୍ଲୀ ଏବଂ ହିମାଚଳ ପ୍ରଦେଶ ସମେତ ଅନେକ ରାଜ୍ୟରେ ନିଜର ସଭାପତି ପରିବର୍ତ୍ତନ କରିଛି। ଜେପି ନାଡା ଧୀରେ ଧୀରେ ସଂଗଠନକୁ ମଜବୁତ କରୁଛି।

ଜାମିଆଙ୍ଗ ସେରିଙ୍ଗ ନାମଗାଲ କ୍ରମାଗତ ଭାବେ ଚର୍ଚ୍ଚାରେ ଥିଲେ। ସେ ଲୋକସଭାରେ ଭାଷଣ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ। ଜମ୍ମୁ-କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପ୍ରସ୍ତାବ ଉପରେ ସଂସଦରେ ଆଲୋଚନା ବେଳେ ଲଦାଖ ସାଂସଦ ନାମଗାଲ ଏକ ଜୋରଦାର ଭାଷଣ ଦେଇଥିଲେ।

ନାମଗାଲ କହିଛନ୍ତି ଯେ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ଲଦାଖର ନା କେବଳ ଉନ୍ନତ ବିକାଶ ହେବ ବରଂ ଆମେ ଏକ ଭିନ୍ନ ପରିଚୟ ମଧ୍ୟ ପାଇବୁ। ଜାମ୍ମୁ କାଶ୍ମୀର ସହିତ ଆମର କୌଣସି ସମାନତା ନାହିଁ, ଆମର ପରିଚୟ ସମ୍ପୂର୍ଣ୍ଣ ଭିନ୍ନ।

Comments are closed.