ଭୋଟ ଦେଲେ ନେତା, ଅଭିନେତା ଓ କ୍ରିକେଟ୍ ତାରକା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ରବିବାର ଷଷ୍ଠ ପର୍ଯ୍ୟାୟରେ ୭ଟି ରାଜ୍ୟରେ ୫୯ ଆସନ ପାଇଁ ମତଦାନ ଜାରି ରହିଛି । ଏଥିରେ ଦିଲ୍ଲୀର ସମସ୍ତ ୭ଟି ଏବଂ ହରିୟାଣାର ସମସ୍ତ ୧୦ଟି ଆସନ ସାମିଲ ରହିଛି । ଏହା ବ୍ୟତୀତ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ମତଦାନ ଜାରି ରହିଛି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଳା ଦୀକ୍ଷିତ୍ , ରାଷ୍ଟ୍ରପତି ରାମନାଥ କୋବିନ୍ଦ, କ୍ରିକେଟର ବିରାଟ କୋହଲିଙ୍କ ସହ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଳା ଦୀକ୍ଷିତ୍ ନିଜାମୁଦ୍ଦୀନର ଏକ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି । ଶୀଳା ଦୀକ୍ଷିତ୍ ଉତ୍ତର ପୂର୍ବ ଦିଲ୍ଲୀର ଲୋକସଭା ଆସନ ପାଇଁ କଂଗ୍ରେସ ଟିକେଟରୁ ଲଢୁଛନ୍ତି ।

ଭାରତୀୟ କ୍ରିକେଟର ଦଳର ଅଧିନାୟକ ବରାଟ କୋହଲି ରବିବାର ସକାଳୁ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ସେ ଗୁଡଗାଓଁର ଏକ ବୁଥରେ ନିଜର ମତଦାନ କରିଛନ୍ତି ।

ପୂର୍ବତନ କ୍ରିକେଟର ଏବଂ ପୂର୍ବ ଦିଲ୍ଲୀର ଆଶାୟୀ ପ୍ରାର୍ଥୀ ଗୌତମ ଗମ୍ଭୀର ପତ୍ନୀଙ୍କ ସହ ମତଦାନ ପାଇଁ ବୁଥରେ ପହଞ୍ଚିଛନ୍ତି ।

କେନ୍ଦ୍ରୀୟ ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହ ପ୍ରୟାଗରାଜର ଏକ ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ମତଦାନ ବେଳେ ତାଙ୍କ ପତ୍ନୀ ମଧ୍ୟ ସାଥିରେ ଥିଲେ ।

pic courtesy amarujala

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିଭିଲ ଲାଇନ୍ସର ଏକ ମତଦାନ କେନ୍ଦ୍ରରେ ପହଞ୍ଚି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ସେହିପରି ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରନାଲର ଏକ ବୁଥରେ ପହଞ୍ଚି ଭୋଟ୍ ଦେଇଛନ୍ତି ।

ମଧ୍ୟପ୍ରଦେଶର ଭୋପାଳ ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟିର ଆଶାୟୀ ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ରବିବାର ସକାଳେ ମତଦାନ କରିଛନ୍ତି । ଏହି ଆସନ ପାଇଁ ସାଧ୍ବୀ ପ୍ରଜ୍ଞାଙ୍କୁ କଂଗ୍ରେସର ଦିଗ୍ବିଜୟ ସିଂହ ଟକ୍କର ଦେଇଛନ୍ତି ।

ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ପୂର୍ବ ଦିଲ୍ଲୀ ଲୋକସଭା କ୍ଷେତ୍ରର ପାଣ୍ଡବ ନଗରରେ ଥିବା ଏକ ବୁଥରେ ମତଦାନ କରିଛନ୍ତି ।

ଦିଲ୍ଲୀର ବିଜେପି ଅଧ୍ୟକ୍ଷ ଏବଂ ଉତ୍ତର-ପୂର୍ବର ଆଶାୟୀ ପ୍ରାର୍ଥୀ ମନୋଜ ତିୱାରୀ ଯମୁନା ବିହାରର ଏକ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍ ଦେଇଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିଲ୍ଲୀ ଔରଙ୍ଗଜେବ୍ ଲେନ୍ ସ୍ଥିତ ଏକ ବୁଥରେ ମତଦାନ କରିଛନ୍ତି । ସେହିପରି ଦଳର ଉପ-ସଭାପତି ପ୍ରିୟଙ୍କା ଭଦ୍ରା ଓ ତାଙ୍କ ସ୍ବାମୀ ରବର୍ଟ ଭଦ୍ରା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

pic courtesy aajtak

Comments are closed.