ଲୋଇସିଂହା ବ୍ଲକ କଂଗ୍ରେସ କମିଟି ବୈଠକ

ଲୋଇସିଂହା : ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ମଙ୍ଗଳବାର ଅନୁଷ୍ଠିତ ବ୍ଲକ କଂଗ୍ରେସ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସର୍ବସମ୍ମତି କ୍ରମେ ଅରବିନ୍ଦ ସାହୁଙ୍କୁ ବ୍ଲକ କଂଗ୍ରେସ କମିଟିର ଅଧ୍ୟକ୍ଷ ଭାବରେ ମନୋନୀତ କରାଯାଇଛି। କାର୍ଯ୍ୟକ୍ରମରେ ଜିଲା କଂଗ୍ରେସ ସଭାପତି ଦିଲୀପ ବେହେରା, ଓଡିଶା ପ୍ରଦେଶ କଂଗ୍ରେସ ମୁଖପାତ୍ର ସମରେନ୍ଦ୍ର ମିଶ୍ର, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ମିଲନୀ ସାହୁ, ପୂର୍ବ ବ୍ଲକ ଅଧ୍ୟକ୍ଷ ଟଙ୍କଧର ଗଡତ୍ୟା, ୩୪ ନମ୍ବର ଜୋନ ସଭାପତି ଶାନ୍ତନୁ ସିଂ, ପୂର୍ବ ଲୋଇସିଂହା ସରପଞ୍ଚ ନବ ନାଏକ ପ୍ରମୁଖ ଉପସ୍ଥିତ ଥିବା ବେଳେ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ପର୍ଯ୍ୟବକ୍ଷକ ଭାବରେ ଯୋଗ ଦେଇଥିଲେ। ସରୋଜ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।