ଲକଡାଉନ୍ : ୫ ବର୍ଷର ଟିକଟକ୍ ଷ୍ଟାରଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ

ସଚେତନତା ପାଇଁ ନୂଆ ଫଣ୍ଡା

ଚଣ୍ଡିଗଡ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସାମାଜିକ ମିଳାମିଶାଠାରୁ ଦୂରତା ବଜାୟ ରଖିବା ପାଇଁ ଲୋକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା ନିମନ୍ତେ ଟିକଟକ୍ ଭିଡିଓର ସାହାରା ନେଇଛନ୍ତି । ଟିକଟକ୍ ଭିଡିଓ ମାଧ୍ୟମରେ ପ୍ରସିଦ୍ଧ ହୋଇଥିବା ୫ବର୍ଷର ବାଳିକା ନୂର ସହିତ ଏକ ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିଛି । ଭିଡିଓରେ ନୁରପ୍ରୀତ ଓରଫ ନୂର ଜଣେ ଶିଖ ବାଳକ ଚରିତ୍ରରେ ଅଭିନୟ କରିଛନ୍ତି । ଯିଏ କର୍ଫ୍ୟୁ କୋହଳ ହେବା ପରେ ଗାଁରେ କ୍ରିକେଟ୍ ଖେଳିବାକୁ ଯାଇଥିବା କିଛି ଯୁବକଙ୍କ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଭିଡିଓରେ ବାଳକ ଯୁବକଙ୍କୁ କହିଛି, “ଏହି କର୍ଫ୍ୟୁ ବୁଲିବା ପାଇଁ ନୁହେଁ, କୋହଳ,କେବଳ କିଛି ଖୋଲା ରହିବା ପାଇଁ ।” ବାଳକ କହିଛି ଯେ, ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବ । ସେ ମୁଖ୍ୟମନ୍ତ୍ରୀଙ୍କୁ କୁହେ, “ସିଏମ୍ ସାର୍, କର୍ଫ୍ୟୁ କୋହଳ ହୋଇଥିବାରୁ ଆମ ଗାଁର ଯୁବକମାନେ ବାହାରକୁ ଯିବା ଆରମ୍ଭ କରି ଦେଇଛନ୍ତି ।” ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପ୍ରତି ୩ କରୋନା ରୋଗୀଙ୍କ ମଧ୍ୟରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି ବୋଲି ସରକାର କହିଛନ୍ତି । ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଛନ୍ତି, ‘‘ମୁଁ ନିଶ୍ଚିତ ଭାବରେ ସେମାନଙ୍କ ସହ କଥାବାର୍ତ୍ତା କରିବି ଏବଂ ତୁମେ କୁହ କିଏ କଥା ମାନୁ ନାହିଁ ।’’ ଭିଡିଓରେ ମୁଖ୍ୟମନ୍ତ୍ରୀ ଲକଡାଉନ୍ ସମୟରେ ଯୁବକମାନଙ୍କୁ ବାହାରକୁ ନଯିବାକୁ କହୁଛନ୍ତି । ଲୋକଙ୍କୁ ବାହାରକୁ ନଆସିବା ପାଇଁ ନୂର କରୁଥିବା ପ୍ରୟାସକୁ ମଧ୍ୟ ସେ ପ୍ରଶଂସା କରୁଛନ୍ତି ।

ପଞ୍ଜାବରେ ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରି ଦିଆଯାଇଛି । ନୂର ନିଜ ଗାଁର ଜଣେ ଦୋକାନୀ ସନ୍ଦୀପ ତୁର ଏବଂ ନିଜ ଭଉଣୀ ଯଶନପ୍ରୀତ କୌରଙ୍କୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ଏବଂ ବର୍ତ୍ତମାନ ଟିକଟକରେ ୧୦ ଲକ୍ଷ ଲୋକ ଏହାର  ଫଲୋଅର ହୋଇଯାଇଛନ୍ତି।

Comments are closed.