ଫେରିଲା ’ଲକ୍ଡ଼ାଉନ’: ଜୁଲାଇ ୧୬ରୁ ୩୧ ପର୍ଯ୍ୟନ୍ତ ସମଗ୍ର ବିହାର ବନ୍ଦ

ପାଟନା: କୋବିଦ ୧୯ ସଂକ୍ରମଣ ବୃଦ୍ଧି ଯୋଗୁଁ ସମଗ୍ର ବିହାରକୁ ଜୁଲାଇ ୧୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଲକ୍ଡ଼ାଉନ ଘୋଷଣା କରିଛନ୍ତି ବିହାର ସରକାର । ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଏ ସଂପର୍କରେ ସୂଚନା ଦେଇଛନ୍ତି । ନିଜ ଟ୍ବିଟର ହ୍ୟାଣ୍ଡଲରେ ଶ୍ରୀ ମୋଦୀ ଏ ସମ୍ପର୍କରେ ସୂଚନା ଦେବା ସହ ଜିଲା, ସବଡ଼ିଭିଜନ ଓ ବ୍ଳକ୍ ମୁଖ୍ୟାଳୟସ୍ତରରେ ଏହି ଲକ୍ଡ଼ାଉନ ବଳବତ୍ତର ରହିବ ବୋଲି ଉଲ୍ଲେଖ କରି ଏ ସମ୍ପର୍କରେ ନିର୍ଦେଶାବଳୀ ଜାରି କରାଯାଇଥିବା କହିଛନ୍ତି ।

ସେ କହିଛନ୍ତି ଯେ ଗରିବ ଲୋକମାନଙ୍କୁ ସରକାର ମାଗଣା ମାସ୍କ ଓ ସାବୁନ ବାଣ୍ଟିଛନ୍ତି । ଏଥିପାଇଁ ୧୬୦ କୋଟି ଟଙ୍କା ବ୍ୟୟ କରାଯାଇଛି । ଏହା ସତ୍ତ୍ବେ ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ସମ୍ପୂର୍ଣ୍ଣ ରାଜ୍ୟକୁ ୩୧ ଜୁଲାଇ ପର୍ଯ୍ୟନ୍ତ ଲକ୍ଡ଼ାଉନ କରିବାକୁ ପଡ଼ୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

Comments are closed.