ଅଗଷ୍ଟ ୧୪ ଯାଏଁ କୋରାପୁଟ ଜିଲା ଲକ୍‌ଡାଉନ

କୋରାପୁଟ : ଅଗଷ୍ଟ ୧୪ ଯାଏଁ କୋରାପୁଟ ଜିଲାକୁ ଲକ୍‌ଡାଉନ ଘୋଷଣା କରିଛନ୍ତି ଜିଲାପାଳ । ଆଜି କୋରାପୁଟ ଜିଲ୍ଲାରୁ ୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମଗ୍ର ଜିଲାକୁ ଲକଡାଉନ୍ ଘୋଷଣା କରାଯାଇଛି। ଆଜି ମଧ୍ୟରାତ୍ରିରୁ ଆଗାମୀ ୧୪ ତାରିଖ ମଧ୍ୟରାତ୍ରି ଯାଏଁ କୋରାପୁଟ ଜିଲାକୁ ଲକଡାଉନ୍ ଘୋଷଣା କରିଛନ୍ତି ଜିଲାପାଳ ମଧୁସୂଦନ ମିଶ୍ର। ଲକଡାଉନରେ ସକାଳ ୫ରୁ ଦିନ ୧ଟା ଯାଏଁ ଦୋକାନ ଖୋଲା ରହିବ । ପୂର୍ବଭଳି ଜରୁରୀ ସେବା ଜାରି ରହିବ । ଲକ୍‌ଡାଉନର ଅନ୍ୟ କିଛି କଟକଣା ବାବଦରେ ନିର୍ଦେଶାବଳୀ ଜଣାଇ ଦିଆଯିବ ବୋଲି ଏକ ଭିଡିଓ ବାର୍ତ୍ତାରେ ଜିଲାପାଳ ମଧୁସୂଦନ ମିଶ୍ର କହିଛନ୍ତି । ଏହାଛଡ଼ା ସପ୍ତାହାନ୍ତ ସଟଡାଉନ୍ ନେଇ ବି ଖୁବ୍ ଶୀଘ୍ର ସୂଚନା ଦିଆଯିବ ବୋଲି ଜିଲାପାଳ କହିଛନ୍ତି।

 

 

Comments are closed.