୧୪ ଦିନ ବଢ଼ିପାରେ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ

ଭୁବନେଶ୍ବର: ଆଉ ଦୁଇ ସପ୍ତାହ ଅର୍ଥାତ୍ ୧୪ ଦିନ ବଢ଼ିପାରେ ଲକ୍ଡ଼ାଉନ ଅବଧି । ଆଜି ଏ ସମ୍ପର୍କରେ କେନ୍ଦ୍ର ସରକାର ଯେ କୌଣସି ମୁହୂର୍ତ୍ତରେ ଘୋଷଣା କରିପାରନ୍ତି । ୧୪ ଦିନ ଲକ୍ଡ଼ାଉନ ଅବଧି ବଢ଼ିଲେ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ପୂର୍ବରୁ ପଞ୍ଜାବ ଓ ମହାରାଷ୍ଟ୍ର ସରକାର ମେ ୩୧ ତାରିଖ ପର୍ଯ୍ୟନ୍ତ ତାଙ୍କ ରାଜ୍ୟରେ ଲକ୍ଡ଼ାଉନ ଘୋଷଣା କରିଛନ୍ତି ।

କୋରୋନା ସଂକ୍ରମଣ ଯୋଗୁଁ ଦେଶରେ  ୩ ଥର ଘୋଷଣା ହୋଇଛି ଲକ୍‌ଡାଉନ । ମାର୍ଚ ୨୫ରୁ ଏପ୍ରିଲ ୧୪ ଯାଏ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୨୧ ଦିନ ପାଇଁ  ରହିଥିବା ବେଳେ ଏପ୍ରିଲ ୧୫ରୁ ମେ ୩ ଯାଏ ୧୯ ଦିନିଆ ଦ୍ବିତୀୟ ପର୍ଯ୍ୟାୟ ଲକଡ଼ାଉନ ଘୋଷଣା ହୋଇଥିଲା । ଏହାପରେ ମେ ୪ରୁ ମେ ୧୭ ଯାଏ ୨ ସପ୍ତାହ ଲକ୍ଡ଼ାଉନ ଘୋଷଣା ହୋଇଥିଲା । ଆସନ୍ତାକାଲିଠାରୁ ୪ର୍ଥ ପର୍ଯ୍ୟାୟ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି ।

Comments are closed.