୫-ଟି ପରେ ମଧ୍ୟ ଚେତୁନାହାଁନ୍ତି ଅଧିକାରୀ : କାର୍ଯ୍ୟଦିବସରେ କୃଷିବିଭାଗ କାର୍ଯ୍ୟାଳୟରେ ତାଲା

ହରଭଙ୍ଗା : ୫-ଟି ନିୟମ ଲାଗୁପରେ ମଧ୍ୟ ସରକାରୀ କାର୍ଯ୍ୟାଳୟ ଅବସ୍ଥାରେ ସୁଧାର ଆସୁନାହିଁ । ଯାହାଫଳରେ ହରଭଙ୍ଗା ବ୍ଲକ ଚାରିଛକସ୍ଥିତ ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟରେ ଶନିବାର କାର୍ଯ୍ୟ ଦିବସରେ ଅଫିସ ଲୁହାଗେଟରେ ତାଲା ଝୁଲୁଥିବା ଭଳି ଦୃଶ୍ୟ ନଜରକୁ ଆସିଛି । ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଉପରେ ରହିଥିବା ଏଭଳି ଏକ ସରକାରୀ କାର୍ଯ୍ୟାଳୟର ଅବସ୍ଥା ଦେଖିଲେ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଂଚଳରେ ରହିଥିବା ଅନ୍ୟସରକାରୀ କାର୍ଯ୍ୟାଳୟର ଅବସ୍ଥା ବେଶ ବାରି ହୋଇପଡୁଛି । କୃଷଭିତ୍ତିକ ଜିଲ୍ଲାରେ କୃଷି କାର୍ଯ୍ୟାଳୟରେ ସରକାରୀ କର୍ମଚାରୀଙ୍କ ବେପରୁଆ କାର୍ଯ୍ୟକଳାପ ଯୋଗୁଁ ଏଭଳି ଅବସ୍ଥାରେ ସରକାରୀ କାର୍ଯ୍ୟାଳୟ ଚାଲୁଥିବା ଦେଖିବାକୁ ମିଳୁଥିବାବେଳେ ୫-ଟି ନିୟମ ପରେ ମଧ୍ୟ ଅଧିକାରୀମାନେ ଚେତୁ ନଥିବା ସ୍ପଷ୍ଟ ବାରିହୋଇପଡୁଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହେଉଛି ।

Comments are closed.