ଗାର୍ଡେନିଂ ପାଇଁ ପ୍ରକୃଷ୍ଟ ସମୟ

ଏବେ ବାଲକୋନି ଓ ରୁଫ୍ ଟପ୍ ଗାର୍ଡେନିଂର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଲକ୍-ଡାଉନ୍ ସମୟରେ ଏହାର ଆବଶ୍ୟକତାକୁ ଲୋକେ ଭଲଭାବେ ବୁଝିଯାଇଛନ୍ତି। ଇନ୍ଦୋରର ଅବସରପ୍ରାପ୍ତ ପ୍ରାଧ୍ୟାପିକା ଲଳିତା ମାଲପାନି, ନିଜ ଘରେ ଗାର୍ଡେନିଂ କରିବା ସହ ଅନ୍-ଲାଇନ୍‌ ଜରିଆରେ ଏହା କରିବାର ଉପାୟ ମଧ୍ୟ ଲୋକଙ୍କୁ ଅବଗତ କରାଉଛନ୍ତି। ଗତ କିଛିଦିନ ମଧ୍ୟରେ ସେ ସଂଖ୍ୟାଧିକ ଅନ୍-ଲାଇନ୍ କର୍ମଶାଳାରେ ଯୋଗଦେଇଛନ୍ତି। ଛାତ ଉପରେ ପରିବା ବଗିଚା ନିମନ୍ତେ ବର୍ଷା ଋତୁ ହିଁ ପ୍ରକୃଷ୍ଟ ସମୟ। ହେଲେ ଏଇ ଦିନରେ ଗଛଲତାରେ ପୋକ ହେଉଥିବାରୁ ସେଥିପ୍ରତି ସତର୍କ ରହିବା ମଧ୍ୟ ଜରୁରୀ।
– ଲଳିତା ଅନ୍-ଲାଇନ୍‌ରେ ଗାର୍ଡେନିଂ କରିବାର ନିୟମମାନ ନିଜ ପ୍ରଶଂସକଙ୍କୁ ଜଣାଇଥାନ୍ତି। ଗଛଲତାର ଯତ୍ନ ନେବା ସେଭଳି କାଠିକର କାମ ନୁହେଁ ବୋଲି ତାଙ୍କ ମତ।
– ପୋକ ଗଛରେ ହେଲେ, କୀଟାନାଶକ ​ସ୍ପ୍ରେ କରିବା ପରିବର୍ତ୍ତେ ଘରୋଇ ଉପାୟରେ ଏକ ମିଶ୍ରଣ ତିଆରି କରନ୍ତୁ। ହଳଦୀ ଗୁଣ୍ଡ ଓ ମିଠା ସୋଡାର ମିଶ୍ରଣ କରି ଗଛ ଉପରେ ​ ​ସ୍ପ୍ରେ କରନ୍ତୁ।
– ଗଛ ମୂଳରେ ଯେପରି ପାଣି ନ ଜମେ, ସେଥିପ୍ରତି ଧ୍ୟାନ ଦିଅନ୍ତୁ। ନିୟମିତ ଭାବେ ଗଛମୂଳକୁ ଦେଖିବା ଉଚିତ।
– ଏହା ସହ ପରିବା ଚୋପା, ଚା ପତି ଇତ୍ୟାଦିକୁ ନ ଫିଙ୍ଗି ସେସବୁକୁ ଗଛମୂଳେ ଦିଅନ୍ତୁ। ତାହା ଗଛ ପାଇଁ ଖତ ଭଳି କାମ କରିବ।

Comments are closed.