ଅସ୍ତ୍ରବିରତି ଉଲ୍ଲଙ୍ଘନ; ୩ ଯବାନ ସହିଦ

ଶ୍ରୀନଗର : ଜାମ୍ମୁ ଓ କଶ୍ମୀରର ନିୟନ୍ତ୍ରଣ ରେଖା (ଏଲଓସି) ନିକଟ ଦୁଇଟି ସ୍ଥାନରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନରେ ୩ଜଣ ଯବାନ ସହିଦ ହୋଇଛନ୍ତି। ଗୁରୁବାର କୁପୱାଡା ଜିଲା ନଉଗାଁ ସେକ୍ଟରରେ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନରେ ଦୁଇ ଜଣ ଯବାନ ସହିଦ ହେବା ସହ ଚାରିଜଣ ଆହତ ହୋଇଛନ୍ତି। ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ୍ ରାଜେଶ କାଲିଆ କହିଛନ୍ତି ନୌଗାମ୍‌ ସେକ୍ଟରରେ ଗୁରୁବାର ସକାଳେ ପାକିସ୍ତାନ ସେନା ଭାରତ ଶିବିରକୁ ଲକ୍ଷ୍ୟ କରି ମୋର୍ଟାର ଏବଂ ଅନ୍ୟ ଅସ୍ତ୍ର ମାଡ କରିଥିଲେ। ଏଥିରେ ଭାରତର ଦୁଇଜଣ ଯବାନ ସହିଦ ହେବା ସହ ୪ ଜଣ ଯବାନ ଆହତ ହୋଇଛନ୍ତି। ସେହିପରି ବୁଧବାର ରାତିରେ ପୁଞ୍ଚ ଜିଲାର କୃ‌ିଷ୍ଣାଘାଟି ସେକ୍ଟରରେ ହୋଇଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନ ଜଣେ ଯବାନ ସହିଦ ହୋଇଥିଲେ। ସହିଦ ଯବାନ ହେଲେ ଲାନ୍ସ ନାୟକ କର୍ଣ୍ଣେଲ ସିଂହ। ପାକିସ୍ତାନର ଏହି ଅସ୍ତ୍ରବିରତି ଉଲ୍ଲଙ୍ଘନ ଉପରେ ଭାରତ ସେନା କଡା ଜବାବ ଦେଇଛି।

Comments are closed.