ରାମ ବିଳାଶ ପାଶୱ୍ୱାନ ହେବେ ମୋଦୀ କ୍ୟାବିନେଟରେ ମନ୍ତ୍ରୀ : ଚିରାଗ ପାଶୱାନ

ନୂଆଦିଲ୍ଲୀ : ଲୋକ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ରାମ ବିଳାଶ ପାଶୱ୍ୱାନଙ୍କୁ ମୋଦୀ କ୍ୟାବିନେଟରେ ମନ୍ତ୍ରୀ ଭାବେ ସାମିଲ କରିବାକୁ ଦଳ ପକ୍ଷରୁ କୁହାଯାଇଛି।
ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ(ଏନଡିଏ)ର ସହଯୋଗୀ ଲୋକ ଜନଶକ୍ତି ପାର୍ଟି(ଲୋଜପା) ପକ୍ଷରୁ ଏକ ପ୍ରସ୍ତାବ ଗୃହିତ କରାଯାଇ ନୂଆ ସରକାରରେ ଦଳର ପ୍ରତିନିଧି ଭାବେ ଲୋଜପା ଅଧ୍ୟକ୍ଷ ରାମ ବିଳାଶ ପାଶୱ୍ୱାନଙ୍କ ନାମ ସୁପାରିଶ କରାଯାଇଛି।
ଲୋଜପା ନେତା ଚିରାଗ ପାଶୱ୍ୱାନ ସମ୍ବାଦଦାତା ମାନଙ୍କୁ କହିଛନ୍ତି ଯେ ଦଳର ସଂସଦୀୟ ବୋର୍ଡ ବୈଠକରେ ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ପାରିତ ହୋଇଛି । ବୈଠକରେ ଦଳର ସମସ୍ତ ୬ ସାଂସଦ ଏବଂ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ।
ତେବେ ଚିରାଗ ପାଶୱ୍ୱାନ ମଧ୍ୟ ଏହି ଖବରକୁ କୌଣସି ଗୁରୁତ୍ୱ ଦେଇ ନଥିଲେ କି ମୋଦୀଙ୍କ ପୂର୍ବ କ୍ୟାବିନେଟରେ ମନ୍ତ୍ରୀ ଥିବା ତାଙ୍କ ପିତା ରାମ ବିଳାଶ ପାଶୱ୍ୱାନ ତାଙ୍କ ନାମ(ଚିରାଗ) ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ତେବେ ଏହା ତାଙ୍କ ପିିତାଙ୍କର ଉଦାର ଭାବନାର ପରିଚୟ ବୋଲି ସେ କହିଛନ୍ତି ।
ନରେନ୍ଦ୍ର ମୋଦୀ ଆସନ୍ତା ୩୦ ତାରିଖରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଯଦିଓ ତାଙ୍କ ମନ୍ତ୍ରିପରିଷଦରେ କିଏ ମନ୍ତ୍ରୀ ହେବ ତାହା ମୋଦୀଙ୍କର ସ୍ୱତନ୍ତ୍ର ଅଧିକାର ତେବେ ଲୋଜପା ନୂଆ ସରକାରରେ ରାମ ବିଳାଶ ପାଶୱ୍ୱାନଙ୍କୁ ଦଳର ପ୍ରତିନିଧି ଭାବେ ଦେଖିବାକୁ ଚାହିଁବ।

Comments are closed.