ଓମିକ୍ରନ ନିମନ୍ତେ ପ୍ରଭାବୀ ବିବେଚିତ ହେଉଛି ଲିଭିନଗାର୍ଡ ପ୍ରଯୁକ୍ତି

ଭୁବନେଶ୍ୱର: କୋଭିଡ ମହାମାରୀ ଆରମ୍ଭ ହେବା ଦିନଠାରୁ ସ୍ୱିଜରଲାଣ୍ଡ ଭିତ୍ତିକ ଦୀର୍ଘସ୍ଥାୟୀ ଏବଂ ଆପେ ସଂକ୍ରମଣମୁକ୍ତ ହେଉଥିବା ସ୍ୱାସ୍ଥ୍ୟରକ୍ଷାକାରୀ ପ୍ରଯୁକ୍ତି କ୍ଷେତ୍ରରେ ଅଗ୍ରଣୀ ଲିଭିନଗାର୍ଡ, ନିରନ୍ତର ଭାବରେ ସାର୍ସ ସିଓଭି-୨ କ୍ଷେତ୍ରରେ ୯୯% ପ୍ରଭାବୀ ସାବ୍ୟସ୍ତ ହୋଇଆସୁଛି । ଏହା କୋଭିଡର ସମସ୍ତ ପ୍ରକରଣ ନିମନ୍ତେ ବେଶ୍‍ ପ୍ରଭାବୀ ବିବେଚିତ ହେଉଥିବାବେଳେ ସଂପ୍ରତି ହଇଚଇ ସୃଷ୍ଟି କରିଥିବା ଓମିକ୍ରନ ପ୍ରକରଣ ନିମନ୍ତେ ମଧ୍ୟ ବିଶେଷ ଫଳପ୍ରଦ ବିବେଚିତ ହେଉଛି । ଏହା ବିଶ୍ୱସ୍ତରର ବହୁ ପ୍ରତିଷ୍ଠିତ ଲାବୋରେଟୋରୀରେ କରାଯାଇଥିବା ପରୀକ୍ଷାରୁ ପ୍ରମାଣସିଦ୍ଧ ହୋଇଛି । ଏ ସମ୍ପର୍କରେ ପ୍ରକାଶକରି ଆମେରିକାସ୍ଥିତ ଆରିଜୋନା ଷ୍ଟେଟ ୟୁନିଭରସିଟି, ଟେମ୍ପେର ଡା.ଆବସାର ଆଲମ କହିଛନ୍ତି ଯେ, ଏହି ପ୍ରଯୁକ୍ତିର ଶାରୀରିକ ଭାବରେ ନିପାତ କରିବା କୌଶଳ ଓମିକ୍ରନ ଭଳି ବିଭିନ୍ନ ପ୍ରକରଣ କ୍ଷେତ୍ରରେ କାର୍ଯ୍ୟ କରୁଛି । ପୂର୍ବରୁ ଏହା ସାର୍ସ ସିଓଭି-୨ ଏବଂ ଡେଲଟା ପ୍ରକରଣ କ୍ଷେତ୍ରରେ ମଧ୍ୟ ୯୯% ସୁରକ୍ଷିତ ସାବ୍ୟସ୍ତ ହୋଇସାରିଛି । ଏହି ପ୍ରଯୁକ୍ତି ମାସ୍କ ଏବଂ ଅନ୍ୟ ବୟନ କ୍ଷେତ୍ରରେ କୌଣସି ଭୂତାଣୁକୁ ରହିବାକୁ ଦେଉନଥିବା ପରିଲକ୍ଷିତ ହୋଇଛି ।

Comments are closed.