୩୦ ଲିଟର ମଦ ଜବତ, ଜଣେ ଗିରଫ 

ବେଗୁନିଆ : ବାଘମାରୀ ଥାନା ଅନ୍ତର୍ଗତ ସିମୋରଠାରୁ ଗତକାଲି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କ ଠାରୁ ୩୦ ଲିଟର ଦେଶୀ ମଦ ଜବତ କରିଛି । ଖୋର୍ଦ୍ଧା ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଗ୍ରାମର ନଳିନୀକାନ୍ତ ବିଶ୍ୱାଳ ୩୦ ଲିଟର ଦେଶୀ ମଦ ଧରି ବିକ୍ରି ଉଦେଶ୍ୟରେ ଆସୁଥିବାବେଳେ ବାଘମାରୀ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକ ଖବର ପାଇ ସମ୍ପୃକ୍ତ ବ୍ୟକ୍ତିକୁ ସିମୋର ନିକଟରେ ଗିରଫ କରି ତାଙ୍କଠାରୁ ୩୦ ଲିଟର ଦେଶୀ ମଦ ଜବତ କରିଛନ୍ତି । କିନ୍ତୁ କୋଭିଡ ଯୋଗୁଁ ତାଙ୍କୁ ଥାନାରୁ ଜାମିନରେ ଛଡ଼ାଯାଇଛି ।

Comments are closed.