ମଦ ବୋଝେଇ କାର ଜବତ, ଅଭିଯୁକ୍ତ ଗିରଫ

ଗୁରୁଡିଝାଟିଆ : ଦେଶୀମଦ ନେଇ ଏବେ ଆଠଗଡ ଉପଖଣ୍ଡ ଚର୍ଚ୍ଚାରେ ରହିଛି। ଖୁଣ୍ଟୁଣୀ ଥାନା ଅଞ୍ଚଳର ଡାଳୁଆ ଜଙ୍ଗଲରେ ୧୦ ରୁ ଊର୍ଦ୍ଧ୍ବ ଦେଶୀମଦ ପ୍ରସ୍ତୁତ କେନ୍ଦ୍ର ସଂପର୍କରେ ଖବର ପାଇ ସ୍ଥାନୀୟ ପୁଲିସ ଗତ ୪ ଦିନ ଧରି ଚଢାଉ କରି ୬ଟି ମଦଭାଟି ଭାଙ୍ଗିବା ସହିତ ହଜାର ହଜାର ଲିଟର ପୋଚକୁ ନଷ୍ଟ କରିଥିଲେ, ହେଲେ ପୁଲିସର ଏହି ଚଢାଉକୁ ଖୋଲା ଚ୍ୟାଲେଞ୍ଜ କରି ମଦବେପାରୀମାନେ ନିଧଡକରେ ମଦ ବୋହୁଥିବା ବାରି ହୋଇପଡୁଛି। ଆଜି ଅତି ଚତୁରତାର ସହିତ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଛଅଗାଁର ସଂଜୟ ସାହୁ ଏକ କାର ରେ ଶତାଧିକ ଲିଟର ଦେଶୀମଦ ନେଇ ଯାଉଥିବା ବେଳେ ଖୁଣ୍ଟୁଣୀ ଥାନା ଅଧିକାରୀ ଖବର ପାଇ ମଦ ବୋଝେଇକାରକୁ ଜବତ କରିବା ସହିତ ଅଭିଯୁକ୍ତ ସଂଜୟକୁ ଗିରଫ କରିଛି। ପ୍ରକାଶଯୋଗ୍ୟ ଆଠଗଡର କୋରଙ୍ଗା ଅଞ୍ଚଳରୁ ଦେଶୀମଦ ଏକ କାରରେ ଆସୁଥିବାର ଖବର ପାଇ ଥାନା ଅଧିକାରୀ ସୁଚିତ୍ରବୀର୍ଯ୍ୟ ଦାସ ରାସ୍ତାରେ ଜଗିରହିଥିଲେ। ମଦ ବୋଝେଇ କାରଟି ଆସିବା କ୍ଷଣି ପୁଲିସ ଫୌଜମାନେ ଗାଡିଟିକୁ ଅଟକାଇଥିଲେ। ପୁଲିସକୁ ଦେଖି ଅଭିଯୁକ୍ତ ଖସି ପାରିନଥିଲେ। ଫଳରେ ମଦ ବୋଝେଇ କାର ସହିତ ଅଭିଯୁକ୍ତ ସଂଜୟକୁ ଖୁଣ୍ଟୁଣୀ ପୁଲିସ ଗିରଫ କରିଛି।

Comments are closed.