MEllora 950×100

ଲିପ୍‌ଷ୍ଟିକ୍‌ ଲଗାଉଥିଲେ…

କେତେଜଣଙ୍କୁ ଘରେ ରହିଲେ ମଧ୍ୟ ସଜବାଜ ହୋଇ ରହିବାକୁ ଭଲ ଲାଗେ। ସେମାନଙ୍କ ସଜବାଜ ତାଲିକା ପ୍ରଥମରେ ଲିପ୍‌ଷ୍ଟିକ୍ ଥିବା ଥୟ। ଅନ୍ୟ କେତେଜଣ ଘରୁ ବାହାରକୁ ଗଲାବେଳେ ଲିପ୍‌ଷ୍ଟିକ୍ ଲଗାନ୍ତି। ଏମିତି ଶୀତଦିନେ ଲିପ୍‌ଷ୍ଟିକ୍ ପ୍ରତିଦିନ ଲଗାଉଥିଲେ, କେତୋଟି କଥା ଜାଣିରଖନ୍ତୁ।

ଲିକ୍ବିଡ୍ ଲିପ୍‌ଷ୍ଟିକ୍ ଏଇଦିନେ ଲଗାନ୍ତୁନି । ଓଠ ଅଧିକ ଶୁଷ୍କ ହୋଇ ଫାଠିବ । ଯଦିବା ଏଇ ଲିପ୍‌ଷ୍ଟିକ୍ ଲଗାଇବେ, ପ୍ରଥମେ ଓଠରେ ଲିପ୍‌ ବାମ୍ ଲଗାନ୍ତୁ।

ବଜାରରେ କ୍ରିମ୍ ଲିପ୍‌ଷ୍ଟିକ୍ ମିଳୁଛି, ତାକୁ ଲଗାଇବା ସବୁଠୁ ଭଲ। ଏଥିରେ ଥିବା କ୍ରିମ୍ ତତ୍ତ୍ବ ଓଠ ପାଇଁ ମଏଶ୍ଚରାଇଜର୍ ଭଳି କାମ କରେ।
ମ୍ୟାଟ୍ ଲିପ୍‌ଷ୍ଟିକ୍ ଠାରୁ ମଧ୍ୟ ଏଇ ଋତୁରେ ଦୂରେଇ ରୁହନ୍ତୁ।

Comments are closed.