ହାଇୱେରେ ଏକା ସହ ବୁଲୁଛନ୍ତି ୫ଟି ସିଂହ

ଗୁଜରାଟ : ଜଙ୍ଗଲର ରାଜା ସିଂହ ଜଙ୍ଗଲରେ ରହିଥାଏ। ଏହା ସଭିଁଙ୍କୁ ମଧ୍ୟ ଜଣା। ମାତ୍ର ଜନବସତି ସ୍ଥାନରେ ସିଂହ ନଜର ଆସିବା ମାତ୍ରେ ଲୋକେ ଆତଙ୍କିତ ହେବା ସହ ଭୟର ବାତାବରଣ ଖେଲିଯାଏ। ଚିନ୍ତା କରନ୍ତୁ ଗୋଟିଏ କିମ୍ବା ୨ଟି ନୁହେଁ ବରଂ ୫ଟି ସିଂହ ଏକାସହ ରାସ୍ତାରେ ଯାଉଥିବା ଦେଖିଲେ କିଭଳି ଅବସ୍ଥା ହେବ।
ଏପରି ହିଁ ଏକ ଘଟଣା ଗୁଜରାଟରେ ରାଜୁଲା-ଅମରେଲୀ-ପିପାବାବ ହାଇୱେରେ ନଜର ଆସିଛି। ହଠାତ ଏହି ରାସ୍ତାରେ ରାତି ସମୟରେ ୫ଟି ସିଂହ ବୁଲୁଥିବାର ନଜରରେ ଆସିଛି।
କରୋନା ପାଇଁ ହାଇୱେରେ ରାତି ସମୟରେ ଖୁବ କମ ଲୋକେ ଯାତାୟାତ କରିଥାଆନ୍ତି। ହୁଏତ ଏହି କାରଣରୁ ସିଂହ ରାସ୍ତାରେ ବୁଲୁଥିବା ସନ୍ଦେହ କରାଯାଉଛି। ମାତ୍ର ଏପରି ଦୃଶ୍ୟ ଖୁବ କମ ଦେଖିବାକୁ ମିଳିଥାଏ।
ଏହାସହ କେତେକ ସମୟରେ ସିଂହ ଖାଦ୍ୟ ଅନ୍ୱେଷଣରେ ଆସି ଜନବସତିରେ ପ୍ରବେଶ କରି ଗୃହପାଳିତ ପଶୁଙ୍କୁ ମଧ୍ୟ ଶିକାର କରିଥାଆନ୍ତି।

Comments are closed.