ଦିନ ୧ଟା – ମୁଖ୍ୟ ଖବର

ମହାନଦୀରେ ମଧ୍ୟମ ଧରଣର ବନ୍ୟା ; ବନ୍ୟାସ୍ଥିତି ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା

ନିତିନ ଗଡକରିଙ୍କୁ ୟୁଟ୍ୟୁବ ମାସକୁ ଦେଉଛି ୪ ଲକ୍ଷ ଟଙ୍କା

କୃଷି ଆଇନକୁ ବର୍ଷେ: ଦିଲ୍ଲରେ ଏସଏଡିର ପ୍ରତିବାଦ ଶୋଭାଯାତ୍ରା

ଏସସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦବୋଧନ: ଶାନ୍ତି, ସୁରକ୍ଷା ଓ ଭରସା ସବୁଠାରୁ ବଡ ଆହ୍ୱାନ ହୋଇଛି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ; ୭୧ ବର୍ଷ ବୟସରେ ପାଦ ଥାପିଲେ ମୋଦୀ; ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ

ଅଯୋଧ୍ୟାରେ ରାମ ମନ୍ଦିର ମୂଳଦୁଆ କାମ ଶେଷ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୨୮ କରୋନା ଆକ୍ରାନ୍ତ

ସଂଗରୋଧରୁ ୩୬୭ ଓ ସ୍ଥାନୀୟ ସଂକ୍ରମିତ ୨୬୧

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୯୬ ଜଣ

ଅନୁଗୁଳ ଜିଲାରେ ୫, ବାଲେଶ୍ୱର ୨୨, ବରଗଡ ୭, ଭଦ୍ରକ ୭ ଓ ବଲାଙ୍ଗିରରେ ଜଣେ ଆକ୍ରାନ୍ତ

କଟକ ଜିଲାରେ ୭୨, ଦେବଗଡ ୧, ଢେଙ୍କାନାଳ ୫, ଗଞ୍ଜାମ ୧, ଜଗତସିଂହପୁର୨୬ ଓ ଯାଜପୁରରେ ୧୯ ଜଣ

ଝାରସୁଗୁଡାରେ୩, କେନ୍ଦ୍ରାପଡା ୯, କେନ୍ଦୁଝର ୧୬, ଖୋର୍ଦ୍ଧା ୨୯୧ ଓ କୋରାପୁଟରେ ୧୮ ଚିହ୍ନଟ ହୋଇଛନ୍ତି

ମୟୁରଭଞ୍ଜରେ ୨୨, ନୟାଗଡ ୭, ପୁରୀ ୯, ରାୟଗଠର ୪, ସମ୍ବଲପୁର ୮, ସୁନ୍ଦରଗଡ ୨୨ ଓ ଷ୍ଟେଟପୁଲରୁ ୬୬ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଦିନକରେ ୬୮୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ତାଲିବାନକୁ ଆତଙ୍କବାଦୀ ସଂଗଠନ ଘୋଷଣା କର- ଆମେରିକୀୟ ସିନେଟରଙ୍କ ଦାବି

ରାଜ୍ୟରେ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ ଭଦ୍ରକ ଜିଲାରେ ଜଣେ ଲେଖାଏଁ କରୋନା ରୋଗୀ ପ୍ରାଣ ହରାଇଛନ୍ତି

ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୧୨୨କୁ ବୃଦ୍ଧି

ଆଜି ରାଜ୍ୟର ଶିଳ୍ପାନୁଷ୍ଠାନ, ଉଦ୍ୟୋଗଗୁଡିକରେ ପାଳନ କରାଯାଉଛି ଭଗବାନ ବିଶ୍ୱକର୍ମାଙ୍କର ପୂଜାଉତ୍ସବ

ଭୁବନେଶ୍ୱର ଉପ ଜିଲାପାଳ ଓ ତହସିଲ କାର୍ଯ୍ୟାଳୟ ୫ ଦିନ ବନ୍ଦ; କୋଭିଡ ଚିହ୍ନଟ ପରେ କର୍ତ୍ତୃପକ୍ଷ କାର୍ଯ୍ୟାଳୟ ବନ୍ଦକଲେ

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଓ ବଡ ଏକାଦଶୀ ; ଏହି ଅବସରରେ ସର୍ବସାଧାରଣଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ଉଦ୍ୟୋଗ, ବୈଷୟିକ ଶିକ୍ଷାନୁଷ୍ଠାନରେ କୋଭିଡ କଟକଣାରେ ପାଳନ କରାଯାଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା

ଦେଶରେ ୨୪ ଘଣ୍ଟାରେ ଆଉ ୩୪,୪୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଦୈନିକ ସଂକ୍ରମଣ ହାର ୨.୨୫%

ସପ୍ତାହିକ ସଂକ୍ରମଣ ହାର ୧.୯୭%

ଦିନକରେ ଆଉ ୩୭,୯୫୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୩,୨୫,୯୮,୪୨୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

ସୁସ୍ଥତା ହାର ୯୭.୬୫%

ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୨୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୪ ହଜାର ୨୪୮

୩,୩୯,୦୫୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ଗତକାଲି ସୁଦ୍ଧା ୫୪.୯୨ କୋଟି ନମୁନା ପରୀକ୍ଷା କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ୭୭.୨୪ କୋଟି ପାନ ଟିକା କରଣ କରାଯାଇଛି

Comments are closed.