ଦିନ ୧୨ଟା – ମୁଖ୍ୟ ଖବର

ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୫ ମୃତ, ୪୦ ନିଖୋଜ

ବୃହସ୍ପତି ଚନ୍ଦ୍ରରେ ଜଳୀୟ ବାଷ୍ପ ଠାବ କଲା ନାସାର ହବଲ ଟେଲିସ୍କୋପ

ଉତ୍ତର ପ୍ରଦେଶରେ ରାସ୍ତା କଡରେ ଶୋଇଥିବା ଶ୍ରମିକଙ୍କ ଉପରେ ଦ୍ରୁତଗାମୀ ଟ୍ରକ ମାଡିଯିବାରୁ ୧୮ ଜଣ ଶ୍ରମିକଙ୍କର ମୃତ୍ୟୁ ;  ଦୁର୍ଘଟଣାରେ ୨୦ରୁ ଅଧିକ ଆହତ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩,୬୫୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଦିନକ ମଧ୍ୟରେ ୪୧,୬୭୮ ଜଣ କରୋନା ରୋଗୀ ସୁସ୍ଥ ; ଦେଶରେ ଆରୋଗ୍ୟ ହାର ୯୭.୩୯%

କରୋନାରୁ ଏପର୍ୟ୍ୟନ୍ତ ମୋଟ ୩,୦୬,୬୩,୧୪୭ ଜଣ ଆରୋଗ୍ୟ ହୋଇସାରିଥିବାବେଳେ ସଂପ୍ରତି ୩,୯୯,୪୩୬ ଜଣ ସକ୍ରିୟ ସଂକ୍ରମିତ

ଦୈନିକ ସଂକ୍ରମଣ ହାର ୨.୫୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୬%

ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୪୬.୦୯ କୋଟି ନମୁନା ପରୀକ୍ଷା ; ଏହି ସମୟ ମଧ୍ୟରେ ମୋଟ ୪୪.୬୧ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭୦୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୯୮୮ ଏବଂ ସ୍ଥାନୀୟ ସଂକ୍ରମିତ ୭୧୫

ମୋଟ ୧୫୭୯୭୬୩୦ ନମୁନା ପରୀକ୍ଷା କରାଯାଇସାରିଛି ଏବଂ ସେଥିମଧ୍ୟରୁ ୯୭୨୫୧୭ ଜଣ ସଂକ୍ରମିତ ଚିହ୍ନଟ

୯୪୯୩୫୦ ଜଣ ସୁସ୍ଥ ; ରାଜ୍ୟରେ ସଂପ୍ରତି ୧୭୪୧୧ ଜଣ ସକ୍ରିୟ ସଂକ୍ରମିତ

ଆଜି ରାତି ୮ଟାରେ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌

ରାଜ୍ୟରେ ଗତ ମଙ୍ଗଳବାର ଗୋଟିଏ ଦିନରେ ୬୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; ଏଥିସହିତ କରୋନା ଜନିତ ମୃତ୍ୟୁ ସଂଖ୍ୟା ଓଡ଼ିଶାରେ ୫୭୦୩କୁ ବୃଦ୍ଧି ;  ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ

କରୋନା ସଂକ୍ରମଣଠୁ  ବଳି ଗଲାଣି  ଡେଙ୍ଗୁ ; ରାଜଧାନୀରେ ପ୍ରତିଦିନ ୨୦ରୁ ୩୦ ଡେଙ୍ଗୁରେ ହେଉଛନ୍ତି ଆକ୍ରାନ୍ତ

ବିକାଶ ଦୁବେର ମୂର୍ତ୍ତି ସ୍ଥାପନ କରିବ ବ୍ରାହ୍ମଣ ମହାସଭା

ଚାଇନାରେ ବ୍ୟାପିଲା କୋଭିଡ-୧୯ର ଡେଲଟା ପ୍ରକରଣ; ନାନଜିଂ ସହର ବନ୍ଦ

ଆମେରିକା ସମୁଦ୍ର ଉପକୂଳରୁ ମିଳିଲା ବିରଳ ଦୁଇମୁଣ୍ଡିଆ କଇଁଛ

ଆସନ୍ତା ମାସରେ ୧୨-୧୮ ବର୍ଷ ପିଲାଙ୍କୁ କୋଭିଡ୍‌ ଟିକାକରଣ

ଆଜି ଶପଥ ନେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବାସବରାଜ

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଲେ ମୀରାବାଈ

ଆସାମ-ମିଜୋରାମ ହିଂସା ନିୟନ୍ତ୍ରଣାଧୀନ

ବିଶ୍ବ ଐତିହ୍ୟ ତାଲିକାରେ ଧୋଲାବିରା

କାମଳର ମୃତ୍ୟୁ ଫାଶ, ଅଧ ମିନିଟ୍‌ରେ ଗୋଟିଏ ଜୀବନ

ପୁରୁଷ ହକି – ସ୍ପେନକୁ ୩-୦ରେ ହରାଇଲା ଭାରତ

Comments are closed.