ଦିନ ୧୧ଟା – ମୁଖ୍ୟ ଖବର

ଓମିକ୍ରନ ପ୍ରକରଣ କ୍ଷେତ୍ରରେ ପ୍ରଭାବୀ ହେବ ସ୍ପୁଟନିକ ଭି ଓ ସ୍ପୁଟନିକ ଲାଇଟ ଟିକା

୧୬୫୨ ମସିହା ମୁଦ୍ରା ୨.୬ କୋଟି ଟଙ୍କାରେ ନିଲାମ

ଭାରତରୁ ନିଜ ଦେଶ ଦେଇ ଆଫଗାନିସ୍ତାନକୁ ଗହମ ଚାଲାଣ ନିମନ୍ତେ ସର୍ତ୍ତ ରଖିଲା ପାକିସ୍ତାନ

ରାଜ୍ୟରେ ଆଉ ୨୨୮ ନୂଆ କରୋନା ସଂକ୍ରମିତ ଚିହ୍ନଟ; ୨ ମୃତ

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୩୪ ଓ ସ୍ଥାନୀୟ ସଂକ୍ରମିତ ୯୪

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୩୫ ଜଣ

ଅନୁଗୁଳରେ ୨, ବାଲେଶ୍ୱର ୧, ବରଗଡ ୧, ଭଦ୍ରକ ୧, ବଲାଙ୍ଗିର ୩ ଓ କଟକରେ ୧୭ ଚିହ୍ନଟ

ଢେଙ୍କାନାଳ ୧, ଗଞ୍ଜାମ ୫, ଜଗତସିଂହପୁର ୪, ଯାଜପୁର ୭, ଝାରସୁଗୁଡା ୩, କେନ୍ଦ୍ରାପଡା ୪, କେନ୍ଦୁଝର ୩, ଖୋର୍ଦ୍ଧାରେ ୯୬ ଜଣଙ୍କୁ ଚିହ୍ନଟ କରାଯାଇଛି

କୋରାପୁଟ ୨, ମୟୁରଭଞ୍ଜ ୨୧, ନବରଙ୍ଗପୁର ୧, ନୟାଗଡ ୨, ପୁରୀ ୧୦, ରୟାଗଡା ୩, ସମ୍ବଲପୁର ୧୧, ସୋନପୁର ୨, ସୁନ୍ଦରଗଡ ୫ ଓ ଷ୍ଟେଟପୁଲରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି

ଦିନକ ମଧ୍ୟରେ କରୋନାରୁ ୨୨୧ ଜଣ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୨୩୩୮ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି

ଦେଶରେ ଖସୁଛି ସଂକ୍ରମଣ: ଦିନକରେ ୬୯୯୦ ନୂଆ ସଂକ୍ରମିତ ଚିହ୍ନଟ; ୧୯୦ ମୃତ

ଦିନକ ମଧ୍ୟରେ ୧୦,୧୧୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ସଂପ୍ରତି ୧,୦୦,୫୪୩ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦୈନିକ ସଂକ୍ରମଣ ହାର ୦.୬୯% ଏବଂ ସାପ୍ତାହିକ ସଂକ୍ରମଣ ୦.୮୪%

କରୋନାରୁ ଆରୋଗ୍ୟ ହାର ୯୮.୩୫%କୁ ବୃଦ୍ଧିପାଇଛି, ଯାହା ୨୦୨୦ ମାର୍ଚ୍ଚ ପରବର୍ତ୍ତୀ ସମୟରେ ସର୍ବାଧିକ

ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୬୮,୯୮୦କୁ ବୃଦ୍ଧି

ଏପର୍ଯ୍ୟନ୍ତ ଦେଶରେ ମୋଟ ୬୪.୧୩ କୋଟି ନମୁନା ପରୀକ୍ଷା କରାଯାଇଛି

ସୋମବାର ସଂଧ୍ୟା ସୁଦ୍ଧା ମୋଟ ୧୨୩.୨୫ କୋଟି ପାନ କୋଭିଡ ଟିକା ଦିଆଯାଇଛି

ଭାରତୀୟ ନୌସେନାର ନୂତନ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ ଆର ହରିକୁମାର

ଦିଲ୍ଲୀ-ଏନସିଆର ସୀମାନ୍ତରେ ଅଟକି ରହିଛି ୬ ହଜାରରୁ ଅଧିକ ଟ୍ରକ; ବ୍ୟବସାୟ ପ୍ରଭାବିତ

Comments are closed.