ଦିନ ୧୧ଟା – ମୁଖ୍ୟ ଖବର

ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ; ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଶିଳାନ୍ୟାସ ପାଇଁ ଗୋପବନ୍ଧୁଙ୍କ ମଣ୍ଡପ ଫୁଲରେ କରାଯାଇଛି ସଜିତ

ନରମିଲା ପାକିସ୍ତାନ: ନିଜ ଦେଶ ଦେଇ ଭାରତରୁ ଆଫଗାନିସ୍ତାନକୁ ଗହମ ପଠାଇବାକୁ ରାଜି ହେଲା

ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁମାମଲା: ସିବିଆଇର ଅଭିଯୋଗ ଫର୍ଦ୍ଦ ଦାଖଲ

ଆନନ୍ଦ ଗିରି, ଆଢ୍ୟା ତିୱାରୀ ଓ ତାଙ୍କ ପୁଅ ସନ୍ଦୀପ ତିୱାରୀ ଦେଉଥିଲେ ମାନସିକ ନିର୍ଯାତନା

ଦେଶରେ ଏପର୍ଯ୍ୟନ୍ତ ଦିଆଗଲାଣି ୧୧୭ କୋଟି ପାନ କୋଭିଡ ଟିକା

ରାଜ୍ୟରେ ୨୧୨ ନୂଆ କୋଭିଡ ଆକ୍ରାନ୍ତ

ସଂଗରୋଧରୁ ୧୨୩ ଓ ସ୍ଥାନୀୟ ସଂକ୍ରମିତ ୮୯ ଜଣ

ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ୭୦ ଜଣ ରହିଥିବା ଜଣାଯାଇଛି

ବାଲେଶ୍ୱରରେ ୩, ଭଦ୍ରକ ୧, ବଉଦ ୧, କଟକ ୨, ଗଞ୍ଜାମ ୨, ଜଗତସିଂହପୁର ୩, ଯାଜପୁର ୮, ଝାରସୁଗୁଡାରେ ୨ ଜଣ ଚିହ୍ନଟ

କେନ୍ଦ୍ରାପଡା ୧, ଖୋର୍ଦ୍ଧା ୯୦, କୋରାପୁଟ ୨, ମୟୁରଭଞ୍ଜ ୧୩, ନୟାଗଡ ୧, ପୁରୀ ୯, ସମ୍ବଲପୁର ୧୩, ସୁନ୍ଦରଗଡ ୩୯ ଓ ଷ୍ଟେଟପୁଲରୁ ୨୨ ଚିହ୍ନଟ ହୋଇଛନ୍ତି

ଦିନକ ମଧ୍ୟରେ ୨୪୫ ଜଣ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୨୧୯୧ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦେଶରେ ୭୫୭୯ ନୂଆ କରୋନା ରୋଗୀ; ୨୩୬ ମୃତ

ସେହି ସମୟ ମଧ୍ୟରେ ୧୨,୨୦୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଦେଶରେ ସଂପ୍ରତି ୧,୧୩,୫୮୪ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି, ଯାହା ଗତ ୫୩୬ ଦିନ ମଧ୍ୟରେ ସବୁଠାରୁ କମ୍‍

ଦୈନିକ ସଂକ୍ରମଣ ୦.୭୯% ଓ ସାପ୍ତାହିକ ସଂକ୍ରମଣ ହାର ୦.୯୩%

କରୋନାରୁ ଆରୋଗ୍ୟ ହାର ୯୮.୩୨% ରହିଛି

ସୋମବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୧୧୭.୬୩ କୋଟି ପାନ ଟିକା ଦିଆଯାଇସାରିଛି

ଆତଙ୍କି ସଂଗଠନର ଧମକ ପରେ ଶିମଳାରେ ବ୍ୟାପକ ସତର୍କତା

ମୁମ୍ବଇ ସମାବେଶ ପାଇଁ ଓୱେସିଙ୍କୁ ଅନୁମତି ମିଳିଲା ନାହିଁ

Comments are closed.