ଦିନ ୧୧ଟା – ମୁଖ୍ୟ ଖବର

ଅନୁଗୁଳରେ  ମୁଖ୍ୟମନ୍ତ୍ରୀ ; ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ସହ ବିିଭିନ୍ନ ପ୍ରକଳ୍ପର କଲେ ଘୋଷଣା

ପ୍ରକାଶ ପାଇଲା +୨ ଅଫଲାଇନ ପରୀକ୍ଷାଫଳ ; ପାସହାର ୬୮.୬୬%

ଆଜି ଦେଶବ୍ୟାପୀ କୃଷକ ବିଜୟ ଦିବସ ପାଳନ କରୁଛି କଂଗ୍ରେସ, ଶହୀଦ କୃଷକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ମହମବତୀ ଶୋଭାଯାତ୍ରା କରିବେ କଂଗ୍ରେସ କର୍ମୀ

ରାଷ୍ଟ୍ରପତି କ୍ଷମତା ପାଇବାରେ କମଳା ହାରିସ ପ୍ରଥମ ମହିଳା

କୋହଲା ପାଗ ସହ ବର୍ଷା ସମ୍ଭାବନା

ରାଜ୍ୟରେ ୨୩୯ ନୂଆ ସଂକ୍ରମିତ; ୨ ମୃତ

ଦିନକ ମଧ୍ୟରେ କରୋନାରୁ ୩୫୪ ଜଣ ସୁସ୍ଥ ହୋଇଛନ୍ତି

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୪୦ ଓ ସ୍ଥାନୀୟ ସଂକ୍ରମିତ ୯୯ ଜଣ ଥିବାବେଳେ ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୩୭ ଜଣ ରହିଛନ୍ତି

ବାଲେଶ୍ୱର ଜିଲାରେ ୭, ଭଦ୍ରକ ୨, କଟକ ୨୪, ଦେବଗଡ ୧, ଢେଙ୍କାନାଳ ୧, ଗଞ୍ଜାମ ୪, ଜଗତସିଂହପୁର ୧ ଓ ଯାଜପୁରରେ ୭ ଚିହ୍ନଟ

କନ୍ଧମାଳରେ ୧, କେନ୍ଦ୍ରାପଡା ୪, ଖୋର୍ଦ୍ଧା ୧୨୩, କୋରାପୁଟ ୧, ମୟୁରଭଞ୍ଜ ୧୩, ନୟାଗଡ ୧, ପୁରୀ ୩, ସମ୍ବଲପୁର ୬ ଜଣଙ୍କୁ ଚିହ୍ନଟ କରାଯାଇଛି

ସୁନ୍ଦରଗଡ ୯ ଓ ଷ୍ଟେଟପୁଲରୁ ୨୯ ଚିହ୍ନଟ

ରାଜ୍ୟରେ ସଂପ୍ରତି ୨୩୮୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି

ଖୋର୍ଦ୍ଧ ଜିଲାରେ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ଦେଶରେ ୧୦,୩୦୨ ନୂଆ ଆକ୍ରାନ୍ତ; ୨୬୭ ମୃତ

ଦିନକ ମଧ୍ୟରେ ୧୧,୭୮୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ସଂପ୍ରତି ଦେଶରେ ୧,୨୪,୮୬୮ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି

ଏପର୍ଯ୍ୟନ୍ତ ମୋଟ ୧,୧୫,୭୯,୬୯,୨୭୪ ପାନ କୋଭିଡ ଟିକା ଦିଆଯାଇଛି

ଶୁକ୍ରବାର ଦିନ ୫୧.୫୯ ଲକ୍ଷ ପାନରୁ ଅଧିକ ଟିକା ଦିଆଯାଇଛି

ଆଭ୍ୟନ୍ତରୀଣ ତାମିଲନାଡୁ ତଥା ପାର୍ଶ୍ଵବର୍ତ୍ତୀ ରୟାଲସୀମାରୁ ଉପକୂଳ ଆନ୍ଧ୍ର ପ୍ରଦେଶ ଦେଇ ଆଭ୍ୟନ୍ତରୀଣ ଓଡିଶା ଯାଏଁ ସମୁଦ୍ର ପତ୍ତନ ଠାରୁ ୧.୫ କିମି ଉପରେ ଏକ ନିମ୍ନ ଚାପ ରେଖା ସକ୍ରିୟ ରହିଛି, ଏହାର ପ୍ରଭାବରେ ଓଡ଼ିଶାରେ କୋହଲା ପାଗ ସହ କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା

ଝାଡଖଣ୍ଡରେ ବୋମା ବିସ୍ଫୋରଣ: ରେଳ ଧାରଣା ଉଡିଲା

ଝାଡଖଣ୍ଡର ସୋନୁଆ ଓ ଲୋଟାପାହାଡ ମଝିରେ ରାଉରକେଲା-ଟାଟାନଗର ମଧ୍ୟରେ ବୋମା ବିସ୍ଫୋରଣ କରି ରେଳ ଟ୍ରାକ୍

ଡାଇଦେଲେ ମାଓବାଦୀ, କେତେକ ଏକ୍ସପ୍ରେସ୍ ଓ ଲୋକାଲ ଟ୍ରେନ୍ ଅଟକି ରହିଥିବା ସୂଚନା

କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରୁ ୪୨ଟି ବାଘ ନଖ ଓ ୨ଟି ହାତୀ ଦାନ୍ତ ଜବତ, ୪ ଗିରଫ

ଲଘୁଚାପ ପ୍ରଭାବରେ ଆନ୍ଧ୍ରରେ ଅତି ପ୍ରବଳ ବର୍ଷା ଯୋଗୁଁ ୧୭ ମୃତ, ୧୦୦ରୁ ଅଧିକ ନିଖୋଜ

କୋଭିଡ୍ କଟକଣା ଭିତରେ ଉତ୍ସବ ପାଳନ ନେଇ ରାଜ୍ୟରେ ଜାରି ହେଲା ନୂଆ ନିର୍ଦ୍ଦେଶାବଳୀ, ଏଣିକି ଆୟୋଜନ ହୋଇପାରିବ ଯାତ୍ରା ଓ ଅପେରା

ଏସଆରସିଙ୍କ ସୂଚନା, ସାମାଜିକ ଦୂରତ୍ୱ ରଖି ଅତିବେଶିରେ ୨ ହଜାର ଲୋକ ବସିପାରିବେ, ଅନଲାଇନ୍‌ରେ ଟିକେଟ୍‌ ବିକ୍ରି ପାଇଁ ପରାମର୍ଶ

ଏସଆରସିଙ୍କ ସୂଚନା, ଇଣ୍ଡୋର ହଲ୍‌ରେ ବସିବା କ୍ଷମତାର ୫୦% ଦର୍ଶକ ବସିପାରିବେ, ୫୦% ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବା ପାଇଁ ଅନୁମତି

ପୁରୀ ରେଳ ଷ୍ଟେସନ ନିକଟ ଶ୍ରୀରାମ ମନ୍ଦିରର ୨ଟି ହୁଣ୍ଡି ଭାଙ୍ଗି ଟଙ୍କା ଚୋରି, ୧୦ ହଜାର ଟଙ୍କା ଜବତ ସହ ଜଣେ ଅଟକ
ଆଜି ଅନୁଗୁଳ ଓ ଢେଙ୍କାନାଳରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ, ଢେଙ୍କାନାଳରେ ପ୍ରାୟ ୯ ଲକ୍ଷ ହିତାଧିକାରୀଙ୍କୁ ମିଳିବ କାର୍ଡ

ଆଇଏନଏସ ବିଶାଖାପାଟଣା ପ୍ରସ୍ତୁତ; ୨୧ରେ ସାମିଲ ହେବ

ଜାନୁଆରୀ ପହିଲାରୁ ମହଙ୍ଗା ହେବ ପୋଷାକ ଓ ଜୋତା ଚପଲ

Comments are closed.