ଦିନ ୧୧ଟା – ମୁଖ୍ୟ ଖବର

ମମିତା ମେହେର ହତ୍ୟାକାଣ୍ଡ ଷଡଯନ୍ତ୍ରରେ ସମ୍ପୃକ୍ତି ଥିବା ଅଭିଯୋଗ କରି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସର ୬ଘଣ୍ଟିଆ ହରତାଳ

ଶ୍ରୀନଗରରେ ଆତଙ୍କବାଦୀ ନିହତ; ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ଜାରି

କାନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସ ଲାଇନଚ୍ୟୁତ; ସମସ୍ତ ଯାତ୍ରୀ ସୁରକ୍ଷିତ

ଭାରତକୁ ଚୋରା ଚାଲାଣ ହେଉଥିବା ସୁନା ବିସ୍କୁଟ ସୀମା ସୁରକ୍ଷା ବାହିନୀ ଦ୍ୱାରା ଜବତ; ୨ ଗିରଫ

ଦେଶରେ ୧୨,୫୧୬ ନୂଆ ସଂକ୍ରମିତ ଚିହ୍ନଟ; ୫୦୧ ମୃତ

ଦିନକ ମଧ୍ୟରେ ୧୩,୧୧୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଏହାକୁ ମିଶାଇ ଦେଶରେ ମୋଟ ୩,୩୮,୧୪,୦୮୦ ଜଣ ସୁସ୍ଥ ହୋଇସାରିଲେଣି

ସଂପ୍ରତି ୧,୩୭,୪୧୬ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

କରୋନାରୁ ଆରୋଗ୍ୟ ହାର ୯୮.୨୬% ରହିଛି, ଯାହା ୨୦୨୦ ମାର୍ଚ୍ଚ ପରବର୍ତ୍ତୀ ସମୟରେ ସର୍ବାଧିକ

ଗୁରୁବାର ସଂଧ୍ୟା ସୁଦ୍ଧା ମୋଟ ୧୧୦.୭୯ କୋଟି ପାନ କୋଭିଡ ଟିକା ଦେଶରେ ଦିଆଯାଇସାରିଛି

ରାଜ୍ୟରେ ଚିହ୍ନଟ ହେଲେ ୨୬୩ ନୂଆ କରୋନା ଆକ୍ରାନ୍ତ; ୩ ମୃତ

ସେହି ସମୟ ମଧ୍ୟରେ ୩୦୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ସଂଗରୋଧରୁ ୧୫୩ ଓ ସ୍ଥାନୀୟ ସଂକ୍ରମିତ ୧୧୦

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୪୪ ଜଣ

ବାଲେଶ୍ୱର ଜିଲାରେ ୭, ଭଦ୍ରକ ୨, ବଲାଙ୍ଗିର ୨, କଟକ ୨୧, ଦେବଗଡ ୭, ଢେଙ୍କାନାଳ ୫, ଗଜପତିରେ ୯ ଜଣ ଚିହ୍ନଟ

ଗଞ୍ଜାମ ୩, ଜଗତସିଂହପୁର ୨, ଯାଜପୁର ୧୦, ଝାରସୁଗୁଡା ୧, କେନ୍ଦ୍ରାପଡା ୨, କେନ୍ଦୁଝର ୨, ଖୋର୍ଦ୍ଧାରେ ୧୨୯ ଜଣଙ୍କୁ ଚିହ୍ନଟ କରାଯାଇଛି

କୋରାପୁଟ ୧, ମୟୁରଭଞ୍ଜ ୪, ନବରଙ୍ଗପୁର ୨, ପୁରୀ ୭, ସମ୍ବଲପୁର ୬, ସୁନ୍ଦରଗଡ ୯ ଓ ଷ୍ଟେଟପୁଲରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୨୮୮୪ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି

ମୃତ ତିନିଜଣଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ ଜଣ ଓ ମୟୁରଭଞ୍ଜ ଜିଲାରୁ ଜଣେ

ଆଜି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ

ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ କୋଭାକ୍ସିନ ୭୭.୮% ଫଳପ୍ରଦ

Comments are closed.