ଦିନ ୧୧ଟା – ମୁଖ୍ୟ ଖବର

ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଆଜି ନୂଆଦିଲ୍ଲୀରେ ଏନଏସଏ ସ୍ତରୀୟ ବୈଠକ; ପାକିସ୍ତାନ ଓ ଚୀନ ଯୋଗଦେବେ ନାହିଁ

ତାମିଲନାଡୁରେ ଭୀଷଣ ବର୍ଷା ସମ୍ଭାବନା; ରାଜ୍ୟର ୯ଟି ଜିଲାରେ ଦୁଇଦିନ ପାଇଁ ଛୁଟି ଘୋଷଣା

ଭାଇସ ଆଡମିରାଲ ଆର ହରି କୁମାର ଭାରତୀୟ ନୌସେନାର ପରବର୍ତ୍ତୀ ମୁଖ୍ୟ ହେବେ

ଆସର ମଲିକଙ୍କୁ ବିବାହ କଲେ ମଲାଲା ୟୁସଫଜାଇ

ପୁରୀରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଦେଶରେ ୧୧,୪୬୬ ନୂଆ କରୋନା ଆକ୍ରାନ୍ତ; ୪୬୦ ମୃତ

ଦିନକରେ ୧୧,୯୬୧ ଜଣ ସୁସ୍ଥ ହୋଇଛନ୍ତି

ଏପର୍ଯ୍ୟନ୍ତ କରୋନାରୁ ମୋଟ ୩,୩୭,୮୭,୦୪୭ ଜଣ ସୁସ୍ଥ ହୋଇସାରିଲେଣି

କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୬୧,୮୪୯କୁ ବୃଦ୍ଧି

ସଂପ୍ରତି ୧,୩୯,୬୮୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି, ଯାହା ୨୬୪ ଦିନ ମଧ୍ୟରେ ସର୍ବନିମ୍ନ ସ୍ତର

ମଙ୍ଗଳବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୧,୦୯,୬୩,୫୯,୨୦୮ ପାନ କୋଭିଡ ଟିକା ଦିଆଯାଇଛି

ବ୍ରହ୍ମଗିରି ବୋମାମାଡ ଏବଂ ଗୃହଦାହ ଘଟଣାରେ ୧୦ ଗିରଫ

ରାଜ୍ୟରେ ଉଠିଲା କରୋନା ଗ୍ରାଫ, ଦିନରେ ୩୮୭ ଚିହ୍ନଟ; ୨ ମୃତ

ସେହି ସମୟ ମଧ୍ୟରେ କରୋନାରୁ ୪୬୧ ଜଣ ସୁସ୍ଥ ହୋଇଛନ୍ତି

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୨୨୩ ଓ ସ୍ଥାନୀୟ ସଂକ୍ରମିତ ୧୬୪ ଜଣ

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୭୫ ଜଣଙ୍କୁ ଚିହ୍ନଟ କରାଯାଇଛି

ଅନୁଗୁଳ ଜିଲାରେ ୨, ବାଲେଶ୍ୱର ୯, ବରଗଡ ୨, ଭଦ୍ରକ ୧, ବଲାଙ୍ଗିର ୨ ଓ କଟକରେ ୩୩ ଚିହ୍ନଟ

ଦେବଗଡ ୬, ଢେଙ୍କାନାଳ ୫, ଗଞ୍ଜାମ ୩, ଜଗତସିଂହପୁର ୧୦, ଯାଜପୁର ୧୦, ଝାରସୁଗୁଡା ୧, କନ୍ଧମାଳ ୧, କେନ୍ଦ୍ରାପଡା ୬, କେନ୍ଦୁଝରରେ ୪ ଜଣଙ୍କୁ ଚିହ୍ନଟ କରାଯାଇଛି

ଖୋର୍ଦ୍ଧାରେ ସର୍ବାଧିକ ୧୯୫, ମୟୁରଭଞ୍ଜ ୨, ନବରଙ୍ଗପୁର ୧, ନୟାଗଡ ୬, ପୁରୀ ୧୨, ରାୟଗଡା ୧, ସମ୍ବଲପୁର ୧୮, ସୋନପୁର ୧, ସୁନ୍ଦରଗଡ ୬ ଓ ଷ୍ଟେଟପୁଲରୁ ୪୩ ଚିହ୍ନଟ ହୋଇଛନ୍ତି

ସଂପ୍ରତି ରାଜ୍ୟରେ ୨୯୮୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି

Comments are closed.