ଦିନ ୧୧ଟା – ମୁଖ୍ୟ ଖବର

ପାକିସ୍ତାନରେ ଭୂକମ୍ପ; ଅନ୍ୟୂନ ୨୦ ମୃତ

ରାଜ୍ୟରେ ପୁଣି ଚିହ୍ନଟ ହେଲେ ୫୮୨ କରୋନା ଆକ୍ରାନ୍ତ

ସଂଗରୋଧରୁ ୩୩୭ ଓ ସ୍ଥାନୀୟ ସଂକ୍ରମିତ ୨୪୫

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସ ବର୍ଗର ୮୩ ଜଣ

ବାଲେଶ୍ୱର ଜିଲାରେ ୧୯, ବରଗଡ ୨, ଭଦ୍ରକ ୩, ବଲାଙ୍ଗିର ୩, କଟକ ୪୬ ଓ ଦେବଗଡରୁ ୨ ଚିହ୍ନଟ

ଢେଙ୍କାନାଳ ଜିଲାରେ ୨, ଗଜପତି ୫, ଗଞ୍ଜାମ ୪, କନ୍ଧମାଳ ୨, କେନ୍ଦ୍ରାପଡା ୧୧, କେନ୍ଦୁଝରରୁ ୫ ଚିହ୍ନଟ ହୋଇଛନ୍ତି

ଖୋର୍ଦ୍ଧାରୁ ସର୍ବାଧିକ ୨୮୨, କୋରାପୁଟ ୧, ମୟୁରଭଞ୍ଜ ୨୨, ନବରଙ୍ଗପୁର ୧, ନୟାଗଡରୁ ୫ ଚିହ୍ନଟ

ପୁରୀରେ ୨୧, ସମ୍ବଲପୁର ୨୧, ସୋନପୁର ୧, ସୁନ୍ଦରଗଡ ୭ ଓ ଷ୍ଟେଟପୁଲରୁ ୬୬ ଚିହ୍ନଟ

ରାଜ୍ୟରେ ଦିନକରେ ୪୨୯ ଜଣ ସୁସ୍ଥ ହୋଇଛନ୍ତି

ଏଥିସହିତ ରାଜ୍ୟରେ ସଂପ୍ରତି ୫୧୧୩ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି

ଦେଶରେ ଆଉ ୨୨,୪୩୧ ସଂକ୍ରମିତ ଚିହ୍ନଟ

ଦିନକ ମଧ୍ୟରେ ୨୪,୬୦୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଦେଶରେ ଦୈନିକ ସଂକ୍ରମଣ ହାର ସଂପ୍ରତି ୧.୫୭% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୬୮% ରହିଛି

ବୁଧବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୩,୩୨,୦୦,୨୫୮ ଜଣ କରୋନାରୁ ସୁସ୍ଥ ହେଲେଣି

ସେହି ସମୟ ମଧ୍ୟରେ ୨,୪୪,୧୯୮ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି

ବୁଧବାର ସୁଦ୍ଧା ମୋଟ ୫୭.୮୬ କୋଟି ନମୁନା ପରୀକ୍ଷା କରାଯାଇଛି ଏବଂ ସେହି ସମୟ ମଧ୍ୟରେ ଦେଶରେ ୯୨.୬୩ କୋଟି ପାନ ଟିକା ଦିଆଯାଇଛି

ଦିନକ ମଧ୍ୟରେ ୩୧୮ ଜଣ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି

ଗୁରୁବାର ଠାରୁ ପୁଣି ଆରମ୍ଭ ହେଲା ଶିରିଡି ସାଇ ବାବାଙ୍କ ଦର୍ଶନ

ଲଖିମପୁର  ଖେରି ହିଂସାକାଣ୍ଡ; ଜଣିକିଆ ତଦନ୍ତ ଆୟୋଗ ନିଯୁକ୍ତ କଲେ ଉତ୍ତର ପ୍ରଦେଶ ରାଜ୍ୟପାଳ

ଦିଲ୍ଲୀରେ ୧୩ କୋଟି ଟଙ୍କାର ହେରୋଇନ ଜବତ; ୩ ଆଫ୍ରିକୀୟ ନାଗରିକ ଗିରଫ

Comments are closed.