ଦିନ ୧୧ଟା – ମୁଖ୍ୟ ଖବର

ଆଜି ରାଜ୍ୟର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ସମ୍ବଲପୁର ଓ ଦେବଗଡ଼ ଆଦି ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଜମ୍ମୁ କାଶ୍ମୀରର ଉରି ସେକ୍ଟରରେ ବଡଧରଣର ଅନୁପ୍ରବେଶ ଉଦ୍ୟମ: ମୋବାଇଲ, ଇଂଟରନେଟ ସେବା ସାମୟିକ ବନ୍ଦ, ତଲାସି ଅଭିଯାନ ଜାରି

ପାଶ୍ଚାତ୍ୟ କ୍ରିକେଟ ଜଗତ ଉପରେ ରମିଜ ରାଜାଙ୍କ ବିଷୋଦ୍‍ଗାର

ଇଂଲଣ୍ଡ ଦଳର ପାକିସ୍ତାନ ଗସ୍ତ ବାତିଲ ପରେ କ୍ଷୁବ୍ଧ ପାକିସ୍ତାନ କ୍ରିକେଟ ବୋର୍ଡ

ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୪୬୨ ନୂଆ ଆକ୍ରାନ୍ତ

ସଂଗରୋଧରୁ ୨୬୮ ଓ ସ୍ଥାନୀୟ ସଂକ୍ରମିତ ୧୯୪

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୭୦ ଜଣ

ଅନୁଗୁଳ ଜିଲାରୁ ୬, ବାଲେଶ୍ୱର ୧୧, ବରଗଡ ୪, ଭଦ୍ରକ ୧୬, ବଲାଙ୍ଗିରରେ ୨ ଜଣ ଚିହ୍ନଟ

କଟକ ଜିଲାରେ ୩୦, ଦେବଗଡ ୧, ଢେଙ୍କାନାଳ ୨, ଗଜପତି ୨, ଗଞ୍ଜାମ ୨ ଓ ଜଗତସିଂହପୁରରେ ୩୧ ଜଣ ଚିହ୍ନଟ

ଯାଜପୁରରେ ୨୮, ଝାରସୁଗୁଡା ୪, କଳାହାଣ୍ଡି ୨, କନ୍ଧମାଳ ୧, କେନ୍ଦ୍ରାପଡା ୧୦, କେନ୍ଦୁଝରରେ ଜଣେ ଚିହ୍ନଟ ହୋଇଛନ୍ତି

ଖୋର୍ଦ୍ଧା ଜିଲାରେ ୨୦୧, ମୟୁରଭଞ୍ଜ ୧୩, ନୟାଗଡ ୫, ନୂଆପଡା ୧, ପୁରୀ ୧୩ ଓ ରାୟଗଡାରେ ୪ ଜଣ ଚିହ୍ନଟ

ସମ୍ବଲପୁରରେ ୧୨, ସୋନପୁର ୧, ସୁନ୍ଦରଗଡ ୧୬ ଓ ଷ୍ଟେଟପୁଲରୁ ୪୩ ଚିହ୍ନଟ

ଦିନକରେ ୬୦୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଏଥିସହିତ ରାଜ୍ୟରେ ସଂପ୍ରତି ୫୩୫୧ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬,୧୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୨୫୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି

ଦେଶରେ ଦୈନିକ ସଂକ୍ରମଣ ହାର ୧.୮୫% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୦୮%

କରୋନାରୁ ଆରୋଗ୍ୟହାର ୯୭.୭୫%

ସୋମବାର ସଂଧ୍ୟା ସୁଦ୍ଧା ଦେଶରେ ୫୫.୫୦ କୋଟି କୋଭିଡ ନମୁନା ପରୀକ୍ଷା

ସେହି ସମୟ ମଧ୍ୟରେ ମୋଟ ୮୧.୮୫ କୋଟି ପାନ କୋଭିଡ ଟିକା ଦିଆଯାଇଛି

ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୫,୩୮୫କୁ ବୃଦ୍ଧି

ଦେଶରେ ୩,୦୯,୫୭୫ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଗ୍ୟାସ ସିଲିଣ୍ଡର ଲିକରୁ ଅଗ୍ନିକାଣ୍ଡ

ଶ୍ରୀନଗର ବିମାନ ବନ୍ଦର ରାସ୍ତାରୁ ଆଇଇଡି ଉଦ୍ଧାର

Comments are closed.