ଦିନ ୧୧ଟା – ମୁଖ୍ୟ ଖବର

ଅଲିମ୍ପିକ୍ସ ପୁରୁଷ ହକିରେ ଭାରତକୁ କାଂସ୍ୟ ପଦକ; ଜର୍ମାନୀକୁ ୫-୪ ଗୋଲରେ ହରାଇଲା

ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳର ଅଲିମ୍ପିକ୍ସ ପଦକ ବିଜୟୀ

ରାଜ୍ୟରେ ଗୋଟିଏ ଦିନରେ ୬୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୩

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୪୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୭୭୫ ଏବଂ ସ୍ଥାନୀୟ ସଂକ୍ରମିତ ୫୬୭

ରାଜ୍ୟରେ ସଂପ୍ରତି ୧୩୫୧୬ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦେଶରେ ଦୈନିକ ସଂକ୍ରମଣ ବୃଦ୍ଧି ; ଗତ ୨୪ ଘଣ୍ଟା ମଧ୍ୟରେ ୪୨,୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ

ଗୋଟିଏ ଦିନରେ ୪୧,୭୨୬ ଜଣ ସଂକ୍ରମିତ ସୁସ୍ଥ  ; ଏହାକୁ ମିଶାଇ ମୋଟ ୩,୦୯,୭୪,୭୪୮ ଜଣ କରୋନା ରୋଗୀ ସୁସ୍ଥ ; ଆରୋଗ୍ୟ ହାର ୯୭.୩୭%

ଦେଶରେ ସଂପ୍ରତି ୪,୧୧,୦୭୬ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି ;  ଦେଶରେ ଦୈନିକ ସଂକ୍ରମଣ ହାର ୨.୫୮% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୭%

ବୁଧବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୪୭.୪୮ କୋଟି ନମୁନା ପରୀକ୍ଷା  ;  ତାହାସହିତ ୪୮.୯୩ କୋଟି ପାନ ଟିକା ଦିଆଯାଇଛି

ଦକ୍ଷିଣ ଚୀନ ସାଗର ଅଭିମୁଖେ ଭାରତର ଯୁଦ୍ଧ ଜାହାଜ; ‘କ୍ୱାଡ’ ଯୁଦ୍ଧାଭ୍ୟାସରେ ସାମିଲ ହେବ

ପାକିସ୍ତାନରେ ସିଦ୍ଧିବିନାୟକ ମନ୍ଦିର ଭାଙ୍ଗିଲେ; ଭଗବାନଙ୍କ ମୂର୍ତ୍ତି ପୋଡିଲେ

କେନ୍ଦ୍ରର ଚେତାବନୀ : ଉତ୍ସବ ଋତୁରେ ଜନଗହଳି ଏଡ଼ାଅ

 

Comments are closed.