ଦିନ ୧୦ଟା – ମୁଖ୍ୟ ଖବର (୧୧ ମଇ ୨୦୨୧)

ଦେଶ ବିଦେଶ ଖବର

ତିରୁପତି: ଆନ୍ଧପ୍ରଦେଶର ତିରୁପତିସ୍ଥିତ ରୁଇଆ ହାସପାତାଳରେ ଘଟିଛି ଦୁଃଖଦ ଘଟଣା। , ଅମ୍ଳଜାନ ଯୋଗାଣରେ ୫ ମିନିଟ ବିଳମ୍ବ; ଚାଲିଗଲା ୧୧ କୋଭିଡ ଆକ୍ରାନ୍ତଙ୍କ ଜୀବନ ; ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ତଦନ୍ତାଦେଶ
ବେଜିଂ: ବିଶ୍ୱର ସବୁଠାରୁ ଜନବହୁଳ ରାଷ୍ଟ୍ର ଚୀନରେ ଜନସଂଖ୍ୟା ୧୪୧ କୋଟିକୁ ବୃଦ୍ଧିପାଇଛି। ଗତ ଦଶବର୍ଷ ମଧ୍ୟରେ ଦେଶରେ ଜନସଂଖ୍ୟା ୭୨ ନିୟୁତ ବଢିଥିବା ଦେଶର ଜାତୀୟ ପରିସଂଖ୍ୟାନ ବ୍ୟୁରୋ ପକ୍ଷରୁ କୁହାଯାଇଛି। ୨୦୨୦ ସୁଦ୍ଧା ଦେଶର ଜନସଂଖ୍ୟା ୧୪୧ କୋଟି ୧୦ ଲକ୍ଷରେ ପହଞ୍ଚିଥିବା ବ୍ୟୁରୋ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ପାଟନା: ଉତ୍ତର ପ୍ରଦେଶ ଏବଂ ବିହାର ସୀମାନ୍ତରେ ଗଙ୍ଗାନଦୀରେ ୪୫ରୁ ଅଧିକ ମଣିଷଙ୍କ ମୃତଦେହ ଭାସୁଛି। ସେଗୁଡିକ ପଚିଯାଇ ଏବେ ବିହାର ପଟ ବକ୍ସର ଜିଲାର ଚଉସା ନିକଟରେ ନଦୀ କୂଳରେ ଲାଗିରହିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ସହିତ ସମଗ୍ର ବକ୍ସର ଜିଲାରେ ଆତଙ୍କ ଖେଳିଯାଇଛି।
ନୂଆଦିଲ୍ଲୀ: କରୋନା ମହାମାରୀର ୨ୟ ତରଙ୍ଗ ଭାରତରେ ଭୟଙ୍କର ପରିସ୍ଥିତି ସୃଷ୍ଟିକରିଛି। ଦେଶର ଏଭଳି ସଙ୍କଟ ସମୟରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ସହଯୋଗର ହାତ ବଢ଼ାଇଛନ୍ତି। କୋଭିଡ଼ ଲଢ଼େଇରେ ସାମିଲ ହୋଇଛି ଆଇପିଏଲ ଦଳ ସନରାଇଜର୍ସ ହାଇଦରାବାଦ୍‍। ସନ୍‍ ଟିଭି ମାଲିକାନାରେ ଥିବା ସନରାଇଜର୍ସ କୋଭିଡ୍‌ ଲଢ଼େଇ ଲାଗି ୩୦ କୋଟି ଟଙ୍କା ପ୍ରଦାନ କରିଛି।
ନୂଆଦିଲ୍ଲୀ: କୋଭିଡ ୧୯ ସଂକ୍ରମଣକୁ ନେଇ ଗବେଷକମାନେ ସଂପ୍ରତି ଆଉ ଏକ ତଥ୍ୟ ସମ୍ମୁଖକୁ ଆଣିଛନ୍ତି। ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର) ପକ୍ଷରୁ ପ୍ରକାଶିତ ଏକ ଗବେଷଣା ଆଧାରିତ ରିପୋର୍ଟରେ କୁହାଯାଇଛି ଯେ ଏବି ଏବଂ ବି ରକ୍ତ ଗ୍ରୁପ୍‍ ଥିବା ଲୋକମାନେ କୋଭିଡ ୧୯ ସଂକ୍ରମଣ ପ୍ରତି ଅଧିକ ସମ୍ବେଦନଶୀଳ। ଅର୍ଥାତ ଏହି ରକ୍ତ ଗ୍ରୁପ ଥିବା ଲୋକଙ୍କୁ କୋଭିଡ-୧୯ ସଂକ୍ରମ ହେବା ଆଶଙ୍କା ଅଧିକ ରହିଛି।
ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଫୁଟବଲର ପୂର୍ବତନ ଡିଫେଣ୍ଡର ତଥା ୧୯୬୨ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଫର୍ଚୁନାଟୋ ଫ୍ରାଙ୍କୋଙ୍କ ସୋମବାର ଦେହାନ୍ତ ହୋଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ଫର୍ଚୁନାଟୋଙ୍କ ବିୟୋଗ ନେଇ ଏଆଇଏଫ୍‌ଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟ ଖବର 
ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇ ୧୦ ହଜାର ତଳକୁ ଖସିଛି। ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୯ ହଜାର ୭୯୩ ନୂଆ ସଂକ୍ରମିତ। ଏହାକୁ ମିଶାଇ ରାଜ୍ୟରେ ମୋଟ ସଙ୍କ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୫୪ ହଜାର ୬୬୬କୁ ବୃଦ୍ଧି ପାଇଛି। ନୂଆ ସଙ୍କ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୫୧୧ ଥିବା ବେଳେ ସୁନ୍ଦରଗଡ଼ରୁ ୧୦୧୮, କଟକରୁ ୬୪୧, ଅନୁଗୁଳରୁ ୫୨୬, ଝାରସୁଗୁଡ଼ାରୁ ୪୦୪ ଓ ନୂଆପଡ଼ାରୁ ୪୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ଗଜପତି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ୨୪ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ପବନ ଅନୁଭୂତ ହୋଇପାରେ। ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
କଟକ/ରାଉରକେଲା: ଓଡ଼ିଶାର ଜଣେ ଜଣାଶୁଣା ଫୁଟ୍‌ବଲ ଖେଳାଳି କିଶୋର ଦାସଙ୍କର ସୋମବାର ସକାଳୁ ରାଉରକେଲାରେ ପରଲୋକ ଘଟିଛି। ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। କିଛିଦିନ ହେଲା କିଶୋର ଅସୁସ୍ଥ ଥିଲେ।
ଆଠଗଡ: କରୋନା ମହାମାରୀର ୨ୟ ପର୍ଯ୍ୟାୟରେ ଆଠଗଡ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହା ଚିନ୍ତାର କାରଣ ହୋଇଛି। କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥାବସ୍ଥା ଓ ଅନ୍ୟାନ୍ୟ ସମସ୍ୟା ବୁଝିବା ପାଇଁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭିଡିଓ କନ୍‍ଫରେନ୍‍ସିଂ ଜରିଆରେ ଆକ୍ରାନ୍ତମାନଙ୍କ ସହ ରବିବାର ଓ ସୋମବାର ସିଧାସଳଖ କଥାବାର୍ତ୍ତା ହୋଇଥିଲେ।

 

Comments are closed.