ଲିଙ୍ଗରାଜ ମନ୍ଦିର ପାଇଁ ୫ କୋଟି

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ପାଇଁ ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି। ମନ୍ଦିର ସଂଲଗ୍ନ ବିକାଶ ନିମନ୍ତେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ କୋଟି ଟଙ୍କାର ଘୋଷଣା କରିଛନ୍ତି। ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଭଜନ ମଣ୍ଡପର ନୂଆ ବିଲଡିଂ ନିର୍ମାଣ ହେବ। ଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା ନିକଟରେ ଲିଙ୍ଗରାଜ ରିସର୍ଜ ସେଣ୍ଟର ପାଇଁ ଖର୍ଚ୍ଚ ହେବ। ଅନୁମୋଦିତ ଅର୍ଥରେ ନୂଆ କୋଠାରେ ୱାଚ୍ ଟାୱାର ସୁବିଧା କରାଯିବ।

Comments are closed.