ବଜ୍ରପାତରେ ଜଣକର ମୃତ୍ୟୁ

କଲମପୁର : ଜମିକୁ ଯାଇଥିବା ବେଳେ ବଜ୍ରପାତ ହେବା ଯୋଗୁଁ ଜଣକର ମୃତ୍ୟୁ ହେବା ଭଳି ଅଭାବନୀୟ ଘଟଣା ସମଗ୍ର କଲମପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ସୂଚନା ଅନୁସାରେ କଲମପୁର ବ୍ଲକ ଅଧିନସ୍ଥ କସାବାହୀ ଗ୍ରାମର ୩୪ ବର୍ଷିୟ ତ୍ରିପତୀ ଜାନୀ ସୋମବାର ସଂଧ୍ୟାରେ ନିଜ ଜମିକୁ ଯାଇଥିଲେ। ଏହି ସମୟରେ ବର୍ଷା ଓ ବିଜୁଳି ମାରିଥିଲା । ବର୍ଷା ଦାଉରୁ ସୁରକ୍ଷା ପାଇଁ ତ୍ରିପତୀ ଏକ ଗଛ ତଳେ ଆଶ୍ରୟ ନେବାକୁ ଯାଉଥିବା ବେଳେ ହଠାତ୍ ବଜ୍ରପାତ ହେଇଥିଲା । ସେ ଗୁରୁତର ହେଇ ପଡିଥିଲେ । ଏନେଇ ପରିବାର ଲୋକ ସୂଚନା ପାଇବା ପରେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସେତେବେଳକୁ ତାର ମୃତ୍ୟୁ ହେଇ ସାରିଥିଲା। ମଙ୍ଗଳବାର ମୃତକଙ୍କର ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ସ୍ଥାନାନ୍ତର କରାଯିବ। ମୃତକ ଜଣେ ଅତ୍ୟନ୍ତ ଗରୀବ ଲୋକ । ଏବେ ତାଙ୍କର ସ୍ତ୍ରୀ ଓ ସନ୍ତାନ ମାନେ ଅସହାୟ ହେଇ ପଡିଛନ୍ତି ।

Comments are closed.