ବଜ୍ରପାତ ନେଲା ମା’ ଜୀବନ, ଝିଅ ଗୁରୁତର

ଖୁଣ୍ଟା: ଖୁଣ୍ଟା ଥାନା ଅଧୀନସ୍ଥ ଆରୀକୁଳ ନଦୀ ବନ୍ଧ ନିକଟରେ ଗୁରୁବାର ଅପରାହ୍ନରେ ବଜ୍ରପାତ ହେବାରୁ ଜଣେ ମା’ର ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ହୋଇଛି। ଉଭୟ ମା’ ଓ ଝିଅ ଲକ୍ଷ୍ମଣା ସାହି ପଞ୍ଚାୟତର ମାହଲିବସା ଗ୍ରାମର ବୋଲି ଜଣାପଡିଛି। ଗୁରୁତର ଝିଅ ଜଣକ ବିବାହିତା ଓ ତାଙ୍କର ୩ ବର୍ଷର ପିଲାଟିଏ ଅଛି। ସେମାନେ ବନ୍ଧ ନିକଟ ବିଲରେ କାମ କରି ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା। ଗୁରୁତର ଝିଅକୁ ଡୁକୁରା ସିଏଚସିରେ ଭର୍ତ୍ତି କରାଯାଇଛି।

Comments are closed.