ବଜ୍ରପାତରେ ୫ ଗାଈ ଓ ବଦଳ ମୃତ

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାରୁ ବ୍ୟାପକ କ୍ଷୟକ୍ଷତି ହେବା ସହ ୫ ଗାଈ ଓ ବଳଦଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବ୍ଳକର ମୁଣ୍ଡପଦର ପଞ୍ଚାୟତର ବରପାନ ଗ୍ରାମରେ ଏକ ଗଛତଳେ ଥିବା ୫ଟି ଗାଈ ଓ ବଳଦର ମୃତ୍ୟୁ ହୋଇଛି। ବରପାନ ଗାଁର ବରୁଣ କୁମ୍ଭାରଙ୍କ ୨ ଗାଈ, ବଳଦ ମିଶି ୫ଟି ଗୋରୁ ମୃତ୍ୟୁ ହୋଇଛି। ଅପରାହ୍ନ ୪ଟାରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ହିଁ ୫ଗୋରୁଙ୍କ ମୃତ୍ୟୁ ହୋଇଥିଲା। କ୍ଷତିଗ୍ରସ୍ତ ଏହି ପରିବାରଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି।

Comments are closed.