୧୦ ଯାଏ ୧୬ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ଵର: ଆସନ୍ତା ୧୦ ତାରିଖ ଯାଏ ରାଜ୍ୟର ୧୬ ଜିଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨ଦିନ ହେଲା ଶୀତ ସାଙ୍ଗକୁ ବର୍ଷା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଥିବାବେଳେ ଏଭଳି ସ୍ଥିତି ଆହୁରି ୫ ଦିନ ରହିବ। ଯେଉଁ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି ସେଗୁଡ଼ିକ ହେଲା, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ସୋନପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଗଜପତି, ଗଞ୍ଜାମ, ରାୟଗଡ଼ା, ନୟାଗଡ଼, ପୁରୀ, ଖୋର୍ଦ୍ଧା ଏବଂ ଭଦ୍ରକ। ତେବେ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ପଡ଼ିଥିବା ଧାନ ଭିଜୁଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Comments are closed.