ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୧୫ ମିନିଟ୍ ପାଇଁ ବିଦ୍ୟୁତ୍ ବ୍ୟବହାର ନକରିବାକୁ ଅନୁରୋଧ

ଭୁବନେଶ୍ୱର : ବିଦ୍ୟୁତ ଉତ୍ପାଦନ ପାଇଁ ଆବଶ୍ୟକ ଥିବା ଜଳ, କୋଇଲା ଯଥେଷ୍ଟ ପରିମାଣରେ ସୂର୍ଯ୍ୟକିରଣ ଓ କୁଣ୍ଡା ଆମ ରାଜ୍ୟରେ ଉପଲବ୍ଧ ଅଛି। ତେଣୁ ଆମ ରାଜ୍ୟରେ ସବୁଠାରୁ ବିଦ୍ୟୁତ୍ ଉତ୍ପାଦନ ଖର୍ଚ୍ଚ କମ୍ ହେବା କଥା। କିନ୍ତୁ ଯାହା ଉତ୍ପାଦନ ହେଉଛି ୩୫ ପ୍ରତିଶତ ବ୍ୟବସାୟିକ ଏବଂ ବୈଷିୟକ କ୍ଷତି ହେଉଛି।  ଅନ୍ୟାନ୍ୟ କେତେକ ରାଜ୍ୟରେ ଏହି କ୍ଷତି ବହୁତ କମ୍। ଏପରିକି ଦିଲ୍ଲୀରେ ଶତକଡ଼ା ୮ ପ୍ରତିଶତ କ୍ଷତି ହେଉଛି। ଓଡ଼ିଶାରେ ଅଧିକ କ୍ଷତିର କାରଣ ଆମ ସରକାର ଓ ବୈଦ୍ୟୁତିକ ବିତରଣ ସଂସ୍ଥାର ଅପାରଗତା। ସଂସ୍କାର ଆଣିବା ପାଇଁ ବିଶ୍ୱବ୍ୟାଙ୍କ ଠାରୁ ସହାୟତା ଆଣି ଓଡ଼ିଶାରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ୨୦୦୦ ମସିହାରେ ଏହାକୁ ବନ୍ଦ କରିଦିଆଗଲା। ସରକାରଙ୍କ ଅପରାଗତା ପାଇଁ ୩୫ ପ୍ରତିଶତ କ୍ଷତି ହୋଇଛି। ବିଦ୍ୟୁତ ବିତରଣକାରୀ କମ୍ପାନୀ ଗୁଡ଼ିକୁ ଲାଭ ହେବା ପାଇଁ ବିଦ୍ୟୁତ ଦର ବଢ଼ାଇ ଉପଭୋକ୍ତାଙ୍କ ଉପରେ ଲଦି ଦିଆଯାଉଛି। ଯେଉଁଥିପାଇଁ ୟୁନିଟ ପିଛା ୨୦ ପଇସା ବିଦ୍ୟୁତ ଦର ବଢ଼ାଇ ଦିଆଯାଇଛି।

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦ ପାଇଁ ସବୁ ରାଜନୈତିକ ଦଳ ଓ ବିଦ୍ୟୁତ ଉପଭୋକ୍ତା ମହାସଂଘ ପକ୍ଷରୁ (ଆସନ୍ତାକାଲି) ଗୁରୁବାର ସନ୍ଧ୍ୟା ୬ଘଟିକାରୁ ୬.୧୫ ମିନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର ବନ୍ଦ କରିବା ପାଇଁ ନିଷ୍ପତିକୁ କଂଗ୍ରେସ ଦଳ ସମର୍ଥନ କରିଛି। ତେଣୁ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦର ସ୍ୱର ସରକାରଙ୍କ ପାଖରେ ପହଞ୍ଚାଚାଇବା ପାଇଁ ସ୍ୱଇଚ୍ଛାରେ ୧୫ ମିନିଟ୍ ବିଦ୍ୟୁତ ବ୍ୟବହାର ତଥା ସରଞ୍ଜାମ ବନ୍ଦ କରିବାକୁ ଓଡ଼ିଶାବାସୀଙ୍କୁ ପିସିସି ସଭାପତି ପଟ୍ଟନାୟକ ନିବେଦନ କରିଛନ୍ତି।

Comments are closed.