ପଟିୟାଲାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୱିଙ୍ଗ କମାଣ୍ଡର ଶହୀଦ

ଚଣ୍ଡୀଗଡ଼: ପଞ୍ଜାବର ପଟିୟାଲାରେ ସୋମବାର ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଲାଇଟ୍‌ ଏୟାରପ୍ଲେନରେ ଜଣେ ୱିଙ୍ଗ କମାଣ୍ଡର ଏବଂ ଜଣେ ଏନସିସି କ୍ୟାଡେଟ୍‌ ଥିଲେ। ଦୁର୍ଘଟଣା ଫଳରେ ୱିଙ୍ଗ କମାଣ୍ଡର ଜି.ଏସ. ଚୀମାଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହିତ ଥିବା ଏନସିସି କ୍ୟାଡେଟ୍‌ ବିପିନ କୁମାର ଯାଦବ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପଟିୟାଲାର ସଙ୍ଗରୁର ରୋଡ୍‌ରେ ଥିବା ଆର୍ମି ଅଞ୍ଚଳରେ ଏନସିସି କ୍ୟାଡେଟ୍‌ମାନଙ୍କୁ ବିମାନ ଉଡ଼ାଣର ପ୍ରଶିକ୍ଷଣ ଦିଆଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

Comments are closed.