ଛଅ ଦଶନ୍ଧିରେ ୨୮ ବର୍ଷ ବୃଦ୍ଧି ପାଇଛି ଆୟୁ ସୀମା

ନୂଆଦିଲ୍ଲୀ : ଆଜି ଭାରତ ନିଜର ୭୪ତମ ସ୍ୱତନ୍ତ୍ରତା ଦିବସ ପାଳନ କରୁଛି। ଏତେ ବର୍ଷ ମଧ୍ୟରେ ଭାରତ ବହୁ କ୍ଷେତ୍ରରେ ନୂତନ ସଫଳତା ହାସଲ କରିଛି। ଭାରତ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ, ଏହା ଆମର ଗର୍ବ। ଆମର ସଭ୍ୟତା ପ୍ରାୟ ୧୦ ହଜାର ବର୍ଷ ପୁରୁଣା। ଇଂରେଜମାନେ ଏଠାରେ ନିଜର ପାଦ ରଖିବା ପୂର୍ବରୁ ଏହା ବିଶ୍ୱର ସବୁଠାରୁ ଧନୀ ଦେଶ ଥିଲା। ଏହାଛଡ଼ା ଦୁନିଆକୁ ବିଜ୍ଞାନ ଠାରୁ ଆରମ୍ଭ କରି ଚିକିତ୍ସାର ବିଭିନ୍ନ ଦିଗ ସହ ଅବଗତ କରାଇଥିଲା। ମାତ୍ର ଇଂରେଜ ମାନେ ଦେଶରେ ଆସି ନିଜର ଆଧିପତ୍ୟ ବିସ୍ତାର କରିଥିଲେ। ବହୁ କଷ୍ଟ ଓ ଚେଷ୍ଟା ପରେ ଭାରତ ଗୋଲାପ ଗିରିର ଶିକୁଳିରୁ ନିଜକୁ ଛଡ଼ାଇଥିଲା। ଶିକୁଳିରୁ ମୁକ୍ତି ପାଇବା ପରେ ଦେଶର ସବୁଠାରୁ ବଡ଼ ପ୍ରାର୍ଥମିକତା ଥିଲା , ତାହା କିପରି ନିଜର ପୂର୍ବ ଗୌରବକୁ ଫେରି ପାଇବ। ସ୍ୱାଧୀନତା ପର ଠାରୁ ଆଜି ପର୍ଯ୍ୟନ୍ତର ଅଧିକାଂଶ ଯାତ୍ରାରେ ଆମେ ନିଜ ଲକ୍ଷ୍ୟ ହାସଲ ସହ ସଫଳତା ପାଇପାରିଛୁ। ଭାରତରେ କିଛି ଦଶନ୍ଧି ମଧ୍ୟରେ ଆୟୁ ସୀମାରେ ପ୍ରାର୍ଥକ୍ୟତା ଦେଖିବାକୁ ମିଳିଛି। ଯେପରି ୧୯୭୦-୭୫ରେ ଆୟୁ ସୀମା ୫୧ ବର୍ଷ ରହିଥିବା ବେଳେ , ୨୦୧୫-୧୯ରେ ଏହା ବୃଦ୍ଧି ପାଇଁ ୬୯ ବର୍ଷରେ ପହଂଚିଛି। ଏହି ଆୟୁ ବୃଦ୍ଧିର କାରଣ ଭାରତ ସରକାର ଦ୍ୱାରା ସାର୍ବଜନିକ ସ୍ୱାସ୍ଥ୍ୟର କ୍ଷେତ୍ରରେ ବାରମ୍ବାର ଉନ୍ନତି ଓ ନିବେଶର ପରିଣାମ।
ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ ଦଶନ୍ଧିର ଆରମ୍ଭରୁ ୧୯୬୦-୭୦ରେ ଆୟୁ ସୀମା ୪୧ରୁ ବୃଦ୍ଧି ପାଇ ୫୦ରେ ପହଂଚିଥିଲା। ୧୯୮୦ରୁ୧୯୯୦ରେ ଆୟୁ ସୀମା ୪ ବର୍ଷ ବୃଦ୍ଧି ହୋଇଥିଲା।୧୯୮୦ରେ ୫୪ ବର୍ଷ ଥିବା ବେଳେ , ୧୯୯୦ରେ ବୃଦ୍ଧି ପାଇ ୫୮ ବର୍ଷ ହୋଇଥିଲା।
ଲାନସେଟରେ କିଛି ସମୟ ପୂର୍ବରୁ ହୋଇଥିବା ଅଧ୍ୟୟନର ସହ ଲେଖକ ଓ ଭାରତୀୟ ଜନ ସ୍ୱାସ୍ଥ୍ୟ ସଂଗଠନର ଡାକ୍ତରଙ୍କ ରିପୋର୍ଟ ଅନୁଯାୟୀ, କୁହାଯାଇଥିଲା ଯେ ଆୟୁ ବର୍ଗ ମଧ୍ୟରେ ହୃଦୟ ରୋଗ, ଫୁସଫୁସ ସମ୍ବନ୍ଧୀୟ ରୋଗ ଆଦିରୁ ୩୦% ଲୋକଙ୍କ ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ ପିଲାଙ୍କ ମୃତ୍ୟୁର କାରଣ ମସ୍ତିଷ୍କ ସଂକ୍ରମଣ । ଏହି କାରଣରୁ ପାଂଚ ବର୍ଷ ଯାଏଁ ୨.୧୨ ଲକ୍ଷ ପିଲାଙ୍କର ଜୀବନ ଯାଇଥିଲା।
କିଛି ସମୟ ପୂର୍ବରୁ ଆସିଥିବା ଜାତୀୟ ସ୍ୱାସ୍ଥ୍ୟ ପ୍ରୋଫାଇଲ ରିପୋର୍ଟ ଅନୁଯାୟୀ ଭାରତୀୟଙ୍କ ଆୟୁ ବୃଦ୍ଧି ହୋଇଛି। ମାତ୍ର ଡ଼େଙ୍ଗୁ, ଚିକେନଗୁନିଆ ଓ ବାୟୁ ପ୍ରଦୂଷଣ କାରଣରୁ ସ୍ୱାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇଛି।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବୁଦ୍ଧିଜୀବୀଙ୍କ ରିପୋର୍ଟ ଅନୁଯାୟୀ ପ୍ରଦୂଷଣ ଦେଶ ପାଇଁ ଚିନ୍ତାଜନକ ବିଷୟ। ଦିଲ୍ଲୀ , ଉତରାଖଣ୍ଡରେ ହରିୟାଣରେ ବାୟୁ ସମ୍ବନ୍ଧୀୟ ରୋଗ ପ୍ରଦୂଷଣ ଏକ ମୁଖ୍ୟ କାରଣ। ଦିଲ୍ଲୀରେ ବର୍ଷ ୨୦୧୬ରୁ ୨୦୧୮ ମଧ୍ୟରେ ମୃତ୍ୟୁ ସଂଖ୍ୟା ତିନି ଗୁଣ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ ବାୟୁ ପ୍ରଦୂଷଣ କାରଣରୁ ୬୮.୪୭ ମୃତ୍ୟୁ ହୋଇଛି।

Comments
Loading...