ଅବସରପ୍ରାପ୍ତଙ୍କ ଜୀବନ୍ତ ପ୍ରମାଣପତ୍ର ଦାଖଲ ଅବଧି ୩ ମାସ ବୃଦ୍ଧି

ଭୁବନେଶ୍ବର: କରୋନା ପାଇଁ ଅବସରକାଳୀନ ଭତ୍ତା ଓ ଅନ୍ୟାନ୍ୟ ସୁବିଧା ପାଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ବାର୍ଷିକ ଜୀବନ୍ତ ପ୍ରମାଣପତ୍ର ଦାଖଲ ସମୟସୀମା ତିନିମାସ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୨୦୨୦ ନଭେମ୍ବର ମାସରୁ ମେ ୨୦୨୧ ପର୍ଯ୍ୟନ୍ତ ଘୁଞ୍ଚା ଯାଇଥିଲା। କରୋନା ପରିସ୍ଥିତିକୁ ନଜରରେ ରଖି ଅର୍ଥ ବିଭାଗ ଏହି ସମୟସୀମା ଆସନ୍ତା ଜୁନ ମାସରୁ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ରାଜ୍ୟ ସରକାରଙ୍କ କୋଷାଗାର ଏବଂ ବ୍ୟାଙ୍କରୁ ଅବସରକାଳୀନ ଭତ୍ତା ପାଉଥିବା ବ୍ୟକ୍ତି, ପରିବାର ସଦସ୍ୟଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। ଯେଉଁମାନେ ବାର୍ଷିକ ଜୀବନ୍ତ ପ୍ରମାଣପତ୍ର ଅବସରକାଳୀନ ଭତ୍ତା ପ୍ରଦାନ କରୁଥିବା କୋଷାଗାର ଓ ବ୍ୟାଙ୍କ ଅଧିକାରୀଙ୍କ ନିକଟରେ ଦାଖଲ କରିନାହାନ୍ତି ସେମାନେ ଏହାର ସୁବିଧା ନେବାକୁ କୁହାଯାଇଛି।

Comments are closed.