କରୋନା ପାଇଁ ନବରଙ୍ଗପୁରରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ପାଇଁ ଜିଲାପାଳଙ୍କୁ ଲିଖିତ ଜଣାଇଲା ବିଏମ୍‍ଏସ

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଜିଲାରେ କାର୍ଯ୍ୟରତ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ କରିବାକୁ ଭାରତୀୟ ମଜଦୂର ସଂଘ(ବିଏମଏସ ) ପକ୍ଷରୁ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଯାଇଛି। ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାର୍କର୍‌ସ ଆସୋସିଏସନ ଜିଲାର ଅନେକ ବ୍ଲକରେ ଅଙ୍ଗନବାଡ଼ି କର୍ମୀଙ୍କର ଅଭିଯୋଗ ପ୍ରକାରେ ଓ ରାଇଘର ବ୍ଲକର କେତେକ ଅଙ୍ଗନବାଡ଼ି କେନ୍ଦ୍ରରେ ଅଭିଭାବକମାନେ ସେମାନଙ୍କ ଶିଶୁମାନଙ୍କୁ ପଠାଉ ନ ଥିବା ​‌ମୌ​‌ଖିକ ଭାବେ ଅଭିଯୋଗ କରିଛନ୍ତି। ସମସ୍ତ ଅଙ୍ଗନବାଡ଼ି କର୍ମୀ କରୋନା ସଂକ୍ରମଣ ବଢୁଥିବା କାରଣରୁ ଭୟଭୀତ ଭାବେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ରରେ ଶିଶୁମାନଙ୍କର ପାଠ ପଢା ବନ୍ଦ କରିବା ସହିତ ଘରକୁ ଯାଇ ଖାଦ୍ୟ ଦିଆଯିବାକୁ ଅନୁରୋଧ କରାଯାଇଛି। ସଂଘ ପକ୍ଷରୁ ଜିଲା ସମ୍ପାଦକ ପରମେଶ୍ୱର ବିଷୋୟୀ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

Comments are closed.