ଆସ କାମ କରମା

ବେଲଗାଁ: କରୋନା ମହାମାରି ଲକଡାଉନ କୋହଲ ପରେ ସରକାରି ସ୍ତରରେ ତଥା ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଗୁଡିକ ପକ୍ଷରୁ ଲୋକଙ୍କ ପେଟପାଟଣା ପାଇଁ କାମଧନ୍ଦା ଯୋଗାଇ ଦେବାକୁ ମିଳିତ ପ୍ରୟାସ ଆରମ୍ଭ ହୋଇଛି। ଏପରିପ୍ରେକ୍ଷୀରେ ସଇଁନ୍ତଲା ବ୍ଲକ କରମତଲା ଗ୍ରାମପଂଚାୟତ ଅନ୍ତର୍ଗତ ଭୁଏରପଡା ଗ୍ରାମରେ ଲୋକ ଉନ୍ନତି ସଂଗଠନ, ବଲାଙ୍ଗିର ଆନୁକୂଲ୍ୟରେ ଜୀବନ ଜୀବିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ବ୍ଲକ ସଂଯୋଜିକା ଗୀତାଞ୍ଜଳି କୁମ୍ଭାରଙ୍କ ସଂଯୋଜନାରେ ଅନୁଷ୍ଠିତ ସାମାଜିକ କର୍ମି ଆଇନଜୀବୀ ଗୌରଚନ୍ଦ୍ର ରାଜପାଲିଆ ଏଅବସରରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ପ୍ରବାସୀ, ଅପ୍ରବାସୀ ଶ୍ରମିକ ପରିବାରଙ୍କୁ ଉପଯୁକ୍ତ କର୍ମସଂସ୍ଥାନ ଯୋଗାଇଦେବାକୁ ଗୁରତ୍ୱାରୋପ କରିଥିଲେ। ମନରେଗା ଯୋଜନାରେ ଅଧିକରୁ ଅଧିକ ଶ୍ରମିକ ପରିବାରଙ୍କୁ ସାମିଲ ତଥା କର୍ମନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ବୈଠକରେ ବିଷଦ ଆଲୋଚନା ହୋଇଥିଲା।

ଏହି ଅବସରରେ ୨୨ ଜଣ ଶ୍ରମିକ ନୂତନ ଭାବରେ ଜବକାର୍ଡ ଆବେଦନ କରିଥିଲେ। ୬୫ ଜଣ ଜବକାର୍ଡଧାରୀ ନିର୍ଦ୍ଧାରିତ ସି-ୱାନ ଫର୍ମରେ କାମ ଆବେଦନକୁ ଗ୍ରାମରୋଜଗାର ସେବକ ପ୍ରଦୀପ ମହାକୁର ଗ୍ରହଣ ସହ ତୁରନ୍ତ କାମ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଗାଁ ସାଥି ରାମଧାରୀ ପୋଢ, ୱାର୍ଡମେମ୍ବର ଦୌପଦୀ ପୋଢ, ବଂଶୀଧର ସୁନାନୀ, ଭଜମନ କୁମ୍ଭାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.