ନିର୍ବାଚନ ପୂର୍ବରୁ ସିବିଆଇ ଖୋଳତାଡ଼ ଏକ ଧାରା: ବିଜେଡି

ଭୁବନେଶ୍ବର : ଶୁକ୍ରବାର ସିସୋର୍‌ ମାମଲାରେ ସିବିଆଇର ଚଢ଼ଉ ସମ୍ପର୍କରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡିର ମୁଖପାତ୍ର ଲେନିନ୍ ମହାନ୍ତି ସିବିଆଇ ଚଢ଼ଉ ସଂକ୍ରାନ୍ତରେ ୩ଟି ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ଗତ ୭ ବର୍ଷ ହେବ ସିବିଆଇ ରାଜ୍ୟରେ ୪୪ଟି ଚିଟ୍‌ଫଣ୍ଡ୍‌ ମାମଲାର ତଦନ୍ତ କରୁଛି। ସିବିଆଇ କୌଣସି ଉପ ନିର୍ବାଚନ, ସାଧାରଣ ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନ ଆସିବା ସମୟରେ ଚଢ଼ଉ, ଖୋଳତାଡ ଓ ନୋଟିସ୍‌ ଆଦି ଜାରି କରୁଥିବା ଏକ ଧାରା ପରିଲକ୍ଷିତ ହୋଇଛି ବୋଲି ସେ କହିଛନ୍ତି। ସିବିଆଇକୁ ରାଜନୈତିକ ଉଦ୍ଦେଶ୍ୟରେ ନିୟୋଜିତ କରାଯାଉଥିବା ନେଇ ଓଡ଼ିଶାବାସୀ ଅନୁଭବ କଲେଣି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

Comments are closed.