ଉପକାରୀ ଲେମ୍ବୁ ଚା’

ଚା’ ପ୍ରେମୀ ଲୋକେ ବ୍ୟତିକ୍ରମ ଭାବେ କେତେବେଳେ କେମିତି ଲେମ୍ବୁ ଚା’ ପିଇବାକୁ ପସନ୍ଦ କରିଥାନ୍ତି। କେବଳ ପାଣି, ଚା’ ପତି, ଲେମ୍ବୁ ରସ ଓ ଚିନିରେ ପ୍ରସ୍ତୁତ ହେଉଥିବା ଏଇ ଲେମ୍ବୁ ଚା’ ଶରୀର ପାଇଁ ଭଲ।

– ଭିଟାମିନ୍ ସି’ ଭରପୂର ଲେମ୍ବୁ ରସ ପ୍ରସ୍ତୁତ ଚା’ ନିୟମିତ ପିଇପାରିବେ। ସନ୍ଧ୍ୟାବେଳେ ଖିର ଚା’ ପରିବର୍ତ୍ତେ ଲେମ୍ବୁ ଚା’ ପିଇଲେ ବେଶ୍ ଆରାମ ଲାଗେ। ସାଇଟ୍ରିକ୍ ଏସିଡ୍ ଥିବା ଲେମ୍ବୁ ଚା’ ପିଇବା ଦ୍ବାରା ଆମ ହଜମ ଭଲଭାବେ ହୁଏ। ଆମିଷ କିମ୍ବା ଅନ୍ୟ କୌଣସି ଗରିଷ୍ଠ ଭୋଜନ କରି ଅସ୍ତବ୍ୟସ୍ତ, ଅରୁଚି ଲାଗୁଥିଲେ, ଲେମ୍ବୁ ଚା’ ପିଇଲେ ଆରାମ ମିଳେ।
– ଫ୍ଲାବୋନଏଡ୍‌ ତତ୍ତ୍ବଯୁକ୍ତ ଲେମ୍ବୁ ରସ ମିଶ୍ରିତ ଏହି ଚା’ ପିଇଲେ ହୃଦ୍‌ଘାତର ଆଶଙ୍କା ଯଥେଷ୍ଟ କମ୍। ସପ୍ତାହରେ ୨-୩ଥର ଏଇ ଚା’ ପିଇବା ଭଲ।
– ଶରୀରର ରୋଗପ୍ରତିରୋଧ ଶକ୍ତି ବଢ଼ାଉଥିବା ଲେମ୍ବୁ ଚା’ରେ କର୍କଟପ୍ରତିରୋଧୀ ଶକ୍ତି ମଧ୍ୟ ରହିଛି। ଓଜନ କମ୍ କରିବାରେ ମଧ୍ୟ ଲେମ୍ବୁ ଚା’ର ଭୂମିକା ମୁଖ୍ୟ। ଏଣୁ ସକାଳେ ଓ ସନ୍ଧ୍ୟାରେ ନିୟମିତ ଏଇ ଚା’ ପିଇଲେ ଓଜନ ଶୀଘ୍ର କମ୍ ହୁଏ।
– ତ୍ବଚା ଓ କେଶ ସମ୍ବନ୍ଧୀୟ ସମସ୍ୟା ଲେମ୍ବୁ ଚା’ ପ୍ରତିଦିନ ପିଇବା ଦ୍ବାରା ଦୂର ହେଉଥିବାର ବିଶେଷଜ୍ଞଙ୍କ ମତ।

Comments are closed.