ଲେମନ ଚିକେନ

ଆବଶ୍ୟକ ସାମଗ୍ରୀ
ଚିକେନ – ବଡ ଆକାର ( ବୋନଲେସ ୨ଟି)
ଲୁଣ – ଆବଶ୍ୟକ ପରିମାଣରେ
ଅଦା ରସୁଣ ବଟା – ୩ ଚାମଚ
ଲଙ୍କା ଗୁଣ୍ଡ – ୧ ଚାମଚ
ହଳଦୀ ଗୁଣ୍ଡ – ୧ଚାମଚ
ଜିରା ଗୁଣ୍ଡ – ୧ ଚାମଚ
ଗରମ ମସଲା – ୧ ଚାମଚ
ଲେମ୍ବୁ ରସ – ୨ ଚାମଚ
ଦହି – ୧କପ
ତେଲ – ଆବଶ୍ୟକ ପରିମାଣରେ

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏଥିରେ ଲୁଣ ଓ ହଳଦୀ ଗୁଣ୍ଡ ଗୋଳାଇ ରଖି ଦିଅନ୍ତୁ। ଏବେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଭଲ ଭାବେ ଗରମ ହେବା ପରେ ଏଥିରେ ଚିକେନ ପକାଇ ଭଲ ଭାବେ ଭାଜନ୍ତୁ। ଭାଜିବା ପରେ ଲୁଣ, ଅଦାରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ଏଥିରେ ଶୁଖିଲା ମସଲା ପକାଇ କିଛି ସମୟ ପରେ ଲେମ୍ବୁ ରସ ପକାନ୍ତୁ। ଏବେ ଏକ ପାତ୍ରରେ ଦହିକୁ ଫେଣ୍ଟି ଏହି ପ୍ରସ୍ତୁତ ଚିକେନରେ ପକାନ୍ତୁ। କିଛି ସମୟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଲେମନ ଚିକେନ।

Comments are closed.