ମେରି କମଙ୍କ ଅଭିଯାନ ଶେଷ, ପ୍ରି-କ୍ବାର୍ଟରରେ ପରାସ୍ତ

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ଭାରତର ଆଉ ଏକ ପଦକ ଆଶା ମଉଳି ଯାଇଛି। ଛଅ ଥର ବିଶ୍ୱ ଚାମ୍ପିଅନ୍ ତଥା ୨୦୨୧ ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ମେରି କମ୍ ପ୍ରି-କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି । ଗୁରୁବାର ଖେଳାଯାଇଥିବା ମହିଳା ଫ୍ଲାଏୱେଟ୍ (୪୮-୫୨ କିଲୋଗ୍ରାମ) ଇଭେଣ୍ଟରେ ସେ କଲମ୍ବିଆର ବକ୍ସର ଏବଂ ୨୦୧୬ ରିଓ ଅଲିମ୍ପିକ୍ ପଦକ ବିଜେତା ଇନଗ୍ରିଟ୍ ଭାଲେନ୍ସିୟାଙ୍କଠରୁ ୩-୨ରେ ପରାଜିତ ହୋଇଛନ୍ତି ।  ଗତ ୧୬ଟି ମ୍ୟାଚରେ ପ୍ରଥମ ସେଟ୍ ହାରି ଦ୍ୱିତୀୟ ସେଟ୍ ଜିତିବା ପରେ ୩୮ ବର୍ଷୀୟ ମେରି କମ୍ ଏକ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। କିନ୍ତୁ ଶେଷ ସେଟ୍‌ରେ ପୁଣିଥରେ ଇନଗ୍ରିଟ୍ ତାଙ୍କୁ ପରାସ୍ତ କରିଥିଲେ।

Comments are closed.