ଡବାଗାଡିଆରେ ଜନଜାତି ବିଦ୍ୟାର୍ଥୀଙ୍କୁ ପାଠ୍ୟଉପକରଣ ବଣ୍ଟନ

ଗୁରୁଡିଝାଟିଆ : ଗୁରୁଡିଝାଟିଆ ପଞ୍ଚାୟତର ଡବାଗାଡିଆ ଗାଁରେ ଶତାଧିକ ବିଦ୍ୟାର୍ଥୀଙ୍କୁ ପାଠ୍ୟଉପକରଣ ବଣ୍ଟନ କରାଯାଇଛି । ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ହେଲ୍ପିଂ ହ୍ୟାଣ୍ଡ ଜରିଆରେ ପ୍ରାଧ୍ୟାପକ ଦାମୋଦର ବେଉରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅଭାବୀ ଜନଜାତି ପରିବାରର ବିଦ୍ୟାର୍ଥୀମାନଙ୍କୁ ପାଠ୍ୟଉପକରଣ ପ୍ରଦାନ କରାଯାଇଛି । ସେମାନେ ଯେଭଳି ଶିକ୍ଷା କ୍ଷେତ୍ରରେ ଆଗକୁ ବଢିପାରିବେ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ପାଇଁ ଆଗାମୀ ଦିନରେ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ କରାଯିବ । କରୋନା ଅନୁଯାୟୀ ସାମାଜିକ ଦୂରତ୍ୱ ଅବଲମ୍ବନ କରାଯାଇ ପାଠ୍ୟଉପକରଣ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟ ଉମାକାନ୍ତ ଜେନ, ଦିଲ୍ଲିପ ସ୍ୱାଇଁ, ବାବୁନ ବରାଳ, ଅଜିତ ସାହୁ, ସୁବ୍ରତ ମହାନ୍ତି ଓ ରାକେଶ କୁମାର ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ୮୦ଜଣ ପିଲାଙ୍କୁ ପାଠ୍ୟ ଉପକରଣ ବିତରଣ କରାଯାଇଥିଲା।

Comments are closed.